Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପଦ୍ମଶ୍ରୀ ମହେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: May 26, 2026    Views: 3052

    ଭୁବନେଶ୍ବର : ରାଷ୍ଟ୍ରପତି ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତିଙ୍କ ଠାରୁ ୨୦୨୬ ମସିହା ପାଇଁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ବିଶିଷ୍ଟ ଗବେଷକ ଓ ସାହିତ୍ୟିକ ଡ. ମହେନ୍ଦ୍ର କୁମାର ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦ୍ମଶ୍ରୀମହେନ୍ଦ୍ର କୁମାର ମିଶ୍ରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନଜଣାଇଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ମିଳିଥିବା ଏହି ଅନନ୍ୟ ସ୍ୱୀକୃତି ସମଗ୍ର ରାଜ୍ୟ ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ,ନିରାମୟ ଜୀବନ ଓ ଉତ୍ତରୋତ୍ତର ଉନ୍ନତି କାମନାକରିଛନ୍ତି।

    ଡକ୍ଟର ମିଶ୍ର ଚାରି ଦଶନ୍ଧିରୁ ଅଧିକ ସମୟ ଧରି ବିଲୁପ୍ତପ୍ରାୟ ଆଦିବାସୀ ଭାଷାକୁ ଆଧୁନିକ ଶିକ୍ଷା ପ୍ରଣାଳୀରେ ସାମିଲ କରିବା ଏବଂ ସଂରକ୍ଷଣ କରିବା ପାଇଁ ସମର୍ପିତ ହୋଇ କାମ କରିଛନ୍ତି।  ସେ ଆଦିବାସୀଙ୍କ ବିକାଶ ସହିତ ଆଦିବାସୀ ଭାଷା, ସଂସ୍କୃତି ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଅନେକ ଆଦିବାସୀ ସଂଗଠନ ଏବଂ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook