Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅତି ଜରୁରୀ:ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: May 24, 2026    Views: 3215

    ମାତ୍ର ୧୫ଦିନ ମଧ୍ୟରେ ତୃତୀୟଥର ପାଇଁ ପୁଣିଥରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଆଇନଶୃଙ୍ଖଳାର ସ୍ଥିତି ଦିନକୁ ଦିନ ବିଗୁଡ଼ିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ  ଛୁଟିଦିନରେ ଖାରବେଳ ଭବନଠାରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଶିଳ୍ପାୟନ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁସାରେ, ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସରକାର ନିଜର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବାରୁ ରାଜ୍ୟବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ଓ ବିଭିନ୍ନ ସରକାରୀ ଯୋଜନାର ସଫଳ କ୍ରିୟାନ୍ୱୟନ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏହା ସହିତ ରାଜ୍ୟରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଶିଳ୍ପାୟନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଏବଂ ଆଗାମୀ ଦିନ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା କିଭଳି ହେବ, ସେ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। 
    ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅତି ଜରୁରୀ। ତେଣୁ ପୁଲିସ ପ୍ରଶାସନ ଅଧିକ ଦକ୍ଷତା, ସ୍ୱଚ୍ଛତା ଓ ସତର୍କତାର ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଇଥିବା ବାସ୍ତବବାଦୀ ନିର୍ଦ୍ଦେଶାବଳୀର ଅନୁପାଳନ କେତେଦୂର ହୋଇଛି, ସେ ନେଇ ମଧ୍ୟ ଏହି ବୈଠକରେ ତର୍ଜମା କରାଯାଇଥିଲା । ଏହି ବୈଠକ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ଧରି ଚାଲିଥିବା ଜଣାପଡ଼ିଛି । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଗୃହ ସଚିବ ହେମନ୍ତ ଶର୍ମା ଓ ପୁଲିସ ଡିଜି ୱାଇବି ଖୁରାନିଆଙ୍କ ସହ  ରାଜ୍ୟର ଆଇନଶୃଙ୍ଖଳା ଓ ଶିଳ୍ପାୟନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

    ସୂଚନାଯୋଗ୍ୟ, ରାଜ୍ୟରେ ବିଗତ କିଛିଦିନ ଧରି ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଲିସ ବିଫଳ ହୋଇଥିବାବେଳେ ସରକାରଙ୍କୁ ବେଶ୍ ସମାଲୋଚିତ ହେବାକୁ ପଡ଼ୁଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚଳିତମାସ ୯ ତାରିଖ ଓ ୧୪ତାରିଖରେ ଦୁଇଥର ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରି ପୁଲିସକୁ କଡ଼ା ଭାଷାରେ ଚେତାବନୀ ଦେଇଥିଲେ। ଆଜି ପୁଣିଥରେ ପୁଲିସ ଡିଜି ଓ ଗୃହ ସଚିବଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନାକୁ ପ୍ରଶାସନିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook