ମୁଖ୍ୟ ଖବର
ଭୁବନେଶ୍ୱର: ବିଜେପିର ବଡ ବିଜୟ ପରେ ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଛି l ମୁଢ଼ି ଏବଂ ରସଗୋଲା ଖାଇ ଖୁସି ମନାଇଛନ୍ତି ନେତା ଓ କର୍ମୀମାନେ । ଏହାସହିତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜ୍ୟ ସଭାପତି ପରସ୍ପରକୁ ମୁଢ଼ି ଖୁଆଇ ଅଭିନନ୍ଦନ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, "ଐତିହାସିକ ବିଜୟ ପାଇଁ ସମସ୍ତଙ୍କୁ ଅଭିନନ୍ଦନ । ପଶ୍ଚିମ ବଙ୍ଗ, ଆସାମ ଏବଂ ପୁଡ଼ୁଚେରୀରେ ଯେଉଁ ବିଜୟ ହୋଇଛି, ତାହା ଗଣତନ୍ତ୍ରର ବିଜୟ । ବିଜେପି ଉପରେ ଭରସା ବଢ଼ିବାରେ ଲାଗିଛି । 22 ରୁ ଅଧିକ ରାଜ୍ୟରେ ଏନଡ଼ିଏ ଶାସନରେ ଅଛନ୍ତି । ଏହି ବିଜୟ ସଂଖ୍ୟାର ଖେଳ ନୁହେଁ ଜନ ପ୍ରତିବଦ୍ଧତାର ପରିଚୟ । ପ୍ରଧାନମନ୍ତ୍ରୀ ସବୁବେଳେ ପୂର୍ବ ଭାରତକୁ ଫୋକସ କରି ଆସିଥିଲେ । ଆଗାମୀ ଦିନରେ ବିଜେପିର ଫୋକସ ଦକ୍ଷିଣ ଭାରତ । ଏହି ବିଜୟରୁ ସଂକଳ୍ପ ନେଉଛୁ ଦକ୍ଷିଣ ଭାରତ ଦଖଲ କରିବୁ । ଏହି ବିଜୟ ଉତ୍ସବ ପତାକା ଉଡାଇବାର ନୁହେଁ, ନୂଆ ସଂକଳ୍ପ ନେବାର ସମୟ । ମୋର ଯେଉଁ ନିର୍ବାଚନ ମଣ୍ଡଳୀଗୁଡିକ ଦାୟିତ୍ୱ ଦିଆଯାଇ ଥିଲା ସେସବୁ ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟ ଲାଭ କରିଛି । ବଙ୍ଗ ବିଜୟ ପରେ, ଆଜି ଦିନରେ ଆଉ ଓଡିଶାକୁ ଆଳୁ ସମସ୍ୟା ରହିବ ନାହିଁ ।"
ସେ ପୁଣି କହିଛନ୍ତି, 500ରୁ ଅଧିକ ନେତା, ମନ୍ତ୍ରୀ ସମସ୍ତ ନେତୃତ୍ୱମାନେ ଦୀର୍ଘ ତିନି ମାସ ଧରି ପଶ୍ଚିମ ବଙ୍ଗରେ କାମ କରୁଥିଲେ, ତାଙ୍କ ପରିଶ୍ରମର ଫଳ ମିଳିଛି । ଆମ ସଂଗଠନକୁ ଆହୁରି ସଶକ୍ତ କରିବା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି । ତିନି ରାଜ୍ୟର ସମସ୍ତ ଭୋଟରଙ୍କୁ ଧନ୍ୟବାଦ । ଆଜିର ବିଜୟ ଗଣତନ୍ତ୍ରର ବିଜୟ, ବିଜେପିର ବିଜୟ । ମମତା ଦିଦି ମା ମାଟି ମନୁଷ କଥା କହୁଥିଲେ କିନ୍ତୁ ତା ପରିବର୍ତ୍ତେ, ତାଙ୍କ ଭାଇ ଅର୍ଥାତ ନବୀନ ବାବୁଙ୍କ ପରି କେବଳ ଭୋଟ ବ୍ୟାଙ୍କ ତିଆରି କରୁଥିଲେ ।
Comments ସମସ୍ତ ମତାମତ