Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାକୁ ଭାରତର 'ଜ୍ଞାନର ପେଣ୍ଠସ୍ଥଳୀ' କରିବାକୁ ମୁଖ୍ୟମନ୍ତ୍ରୀଙ୍କ ରୋଡମ୍ୟାପ୍

    Share on :
    ajab-Image
    Date: May 3, 2026    Views: 3558

    ଭୁବନେଶ୍ବର: ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତି 2020 (NEP 2020) କାର୍ଯ୍ୟାନ୍ୱୟନ ଉପରେ ଏକ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଆରମ୍ଭ କରିଛନ୍ତି । ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ 'ବୈପ୍ଲବିକ ପରିବର୍ତ୍ତନ'ର ଆହ୍ୱାନ ଦେବାସହ ଓଡ଼ିଶାକୁ ଭାରତର 'ଜ୍ଞାନର ପେଣ୍ଠସ୍ଥଳୀ' (Knowledge Hub) ଭାବେ ଗଢ଼ିତୋଳିବାକୁ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ବଳିଷ୍ଠ ପଦକ୍ଷେପ 'ଶକ୍ତିଶ୍ରୀ' ଆପ୍‌ର ଶୁଭାରମ୍ଭ କରାଯାଇଛି ।
    କନଭେନସନ ସେଣ୍ଟରରେ NEP କାର୍ଯ୍ୟାନ୍ୱୟନ ଉପରେ ଜାତୀୟ ସ୍ତରୀୟ କର୍ମଶାଳାରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଜାତୀୟ ଶିକ୍ଷା ନୀତି କେବଳ ଏକ ସରକାରୀ ଦସ୍ତାବିଜ୍ ନୁହେଁ, ବରଂ ଏହା ଭାରତକୁ ବିଶ୍ୱର 'ନଲେଜ୍ କ୍ୟାପିଟାଲ୍' ଭାବେ ପ୍ରତିଷ୍ଠିତ କରିବାର ଏକ ମହତ୍ ମିଶନ । ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ପ୍ରଗତିର ମୂଳଦୁଆ । ଆମ ପିଲାମାନେ ଯେପରି 'Industry-Ready' ହେବେ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବେ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।"
    ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ସର୍ବଦା ଜ୍ଞାନର ପୃଷ୍ଠ ଭୂମି । ନୂଆ ଶିକ୍ଷା ନୀତି ଦ୍ୱାରା ଓଡ଼ିଶାର ଶିକ୍ଷା ସଂସ୍କାର ଆସିଛି । ନୂଆ ସରକାର ଆସିବା ପରେ ବହୁ ବର୍ଷର ଜଡତାକୁ ଦୂର କରାଯାଇଛି । ପୂର୍ବ ସରକାରଙ୍କ ସମୟରେ ଶିକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଉ ନଥିଲା । ଆଜି ଜାତୀୟ ଶିକ୍ଷା ନୀତି 2020 ଦ୍ୱାରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚେଷ୍ଟାରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ହୋଇଛି । ନୂଆ ଶିକ୍ଷା ନୀତି ଭାରତକୁ ଜ୍ଞାନର ଭଣ୍ଡାର କରିବା ପାଇଁ ଏକ ଯୋଜନା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ଶିକ୍ଷା ହିଁ ସଶକ୍ତିକରଣର ମାଧ୍ୟମ ।
    ଜାତୀୟ ଶିକ୍ଷା ନୀତି 2020କୁ ଲାଗୁ କରିବାରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ । ତାଙ୍କ ପ୍ରଚେଷ୍ଟାରେ ରାଜ୍ୟରେ ପିଏମଶ୍ରୀ ଲାଗୁ ହୋଇପାରିଛି । ରାଜ୍ୟରେ ଆଜି ନିଯୁକ୍ତି ବଢିଛି । ତାଙ୍କର ଏହି ନିଷ୍ଠାପର ଭାବେ କାମ ଓଡ଼ିଶାକୁ ବହୁ ଆଗକୁ ନେବା ସହ ମନେ ରହିବ । "ଆମେ ଜାତୀୟ ଶିକ୍ଷା ସ୍ତରରେ ନେତୃତ୍ୱ ନେବାରେ ସକ୍ଷମ ହୋଇପାରିଛେ । ଉପାନ୍ତ ଅଞ୍ଚଳରେ 18ଟି ନୂଆ ବିଶ୍ଵବିଦ୍ୟାଳୟ ନିର୍ମାଣ ହୋଇଛି । ଭାଷା ଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଦୁଇଟି ଇଞ୍ଜିନିୟରିଂ କଲେଜ, ଦୁଇଟି କୃଷି ମହାବିଦ୍ୟାଳୟ ନିର୍ମାଣ ହେବ । 100 ବର୍ଷର ପୁରୁଣା ବିଦ୍ୟାଳୟକୁ ଐତିହ ବିଦ୍ୟାଳୟକୁ ପ୍ରାଧାନ୍ୟ ଦିଆଯାଉଛି । ଶକ୍ତିଶ୍ରୀ ମୋବାଇଲ ଆପ୍‌ର ଶୁଭାରମ୍ଭ ହୋଇଛି ।ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ପାଇଁ ଏହାରକୁ କରାଯାଇଛି । ଛାତ୍ରୀଙ୍କ ସୁରକ୍ଷା ଓ ଅଧିକାର ପାଇଁ ଏହା ଆବଶ୍ୟକ । ଛାତ୍ରୀଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ଏହା ସହାୟକ ହେବ । ଯୁବପୀଢ଼ିଙ୍କୁ ନିଯୁକ୍ତି ପାଇଁ ସରକାର ନଜର ଦେଇଛନ୍ତି" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
    ମୁଖ୍ୟମନ୍ତ୍ରୀ କହିଛନ୍ତି, "ପୂର୍ବ ସରକାର ସମୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ଯାଇଥିଲା । 5ଟି ନାଁରେ ରଙ୍ଗ ବୋଳି ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିଲେ । ସ୍କୁଲର ପାଠପଢ଼ାକୁ ଗୁରୁତ୍ୱ ଦିଆଯାଇ ନଥିଲା । ଏହା କେବଳ ରାଜନୈତିକ ଭୋଟ ବ୍ୟାଙ୍କ ପାଇଁ କରାଯାଇଥିଲା । ହେଲେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନୂଆ ସରକାର ଆସିବା ପରେ ବିପଥ ଆଡ଼କୁ ଯାଉଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଚେଷ୍ଟା କରୁଛୁ ।"
    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଅଭିଭାଷଣରେ, କ୍ୟାମ୍ପସ୍ ବାତାବରଣକୁ ଶୈକ୍ଷିକ ଏବଂ ସୁଦୃଢ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, "କ୍ରୀଡା, ନାଚ, ଗୀତ, ଓଡ଼ିଆ ଭାଷା ସହ ପିଲାଙ୍କୁ ସାମିଲ ହେବାକୁ ହେବ । ବିଶ୍ଵବିଦ୍ୟାଳୟ ଓ କଲେଜ କ୍ୟାମ୍ପସ୍‌ରୁ ଆସୁଥିବା ନୂଆ ଚିନ୍ତାଧାରା ହିଁ ଆଗାମୀ ସୁବର୍ଣ୍ଣ ଭାରତରେ ରୋଡ ମ୍ୟାପ୍ ହୋଇପାରିବ । ୨୦୨୦ ମସିହାରୁ ପ୍ରଣୟନ ହୋଇଥିବା NEP 2020 ଉପରେ ଆଲୋଚନା ଏବଂ ନୂଆ ଖସଡା ପ୍ରସ୍ତୁତ କରାଯିବାକୁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏହା ସମୟ ଉପଯୋଗୀ ।"
    ପ୍ରତି କୁଳପତି ଓ କଲେଜ ଅଧ୍ୟକ୍ଷ ସ୍ୱାୟତ୍ତତାକୁ ଅଧିକ ଭାବରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ଥିବା NEP ପିଲାମାନଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରାଯାଉଛି । ପ୍ରତି ପିଲାଙ୍କୁ ନିଜ ଆଞ୍ଚଳିକ ଭାଷାରେ ପାଠ ପଢା ଗଲେ ତାହା ଦୂରଦୃଷ୍ଟି ସମ୍ପନ୍ନ ହୋଇପାରିବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


    Research conclave 2025 ଅନେକ ଗୁଡିଏ ପ୍ରସ୍ତାବକୁ ସାମ୍ନାକୁ ଆଣିଛି । ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଶିକ୍ଷା ବିଭାଗରେ ସବୁଠୁ ଅଧିକ 42 ହଜାର କୋଟିରୁ ଉର୍ଦ୍ଧ ଟଙ୍କା ବଜେଟ ବ୍ୟବସ୍ଥାରେ ହୋଇଛି । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡିଶା ପିଲାଙ୍କ ଆଗକୁ ଯିବାକୁ ବିଭିନ୍ନ ମଡେଲ ପ୍ରସ୍ତୁତ କରାଯାଇଛି । ଏହାସହ ଶକ୍ତିଶ୍ରୀ ଆପ୍‌ ଲଞ୍ଚ ହୋଇଛି । ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଯାଇପାରିବ । ଅପ୍ରୀତିକର ପରିସ୍ଥିତିରେ ସେମାନେ ଏହି ବାବାଦରେ ରିପୋର୍ଟ କରିପାରିବେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook