Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବ୍ୟାଙ୍କରୁ ଟଙ୍କା ନ ମିଳିବା ଘଟଣା : ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Apr 29, 2026    Views: 2391

    ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲାର ପାଟଣା ସ୍ଥିତ ଏକ ବ୍ୟାଙ୍କରୁ ଜିତୁ ମୁଣ୍ଡା ଠିକ୍ ସମୟରେ ଟଙ୍କା ନ ପାଇବା ଘଟଣାର RDC ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅଧିକାରୀ ମାନଙ୍କୁ ସାଧାରଣ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି।କେନ୍ଦୁଝର ଜିଲ୍ଲାର ପାଟଣା ସ୍ଥିତ ଏକ ବ୍ୟାଙ୍କରୁ ଜିତୁ ମୁଣ୍ଡା ଠିକ୍ ସମୟରେ ଟଙ୍କା ନ ପାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଭାବେ ବ୍ୟଥିତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇ ଯାଇଛି। ଜିଲ୍ଲା ରେଡ୍ କ୍ରସ୍ ପାଣ୍ଠିରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ, ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରାଯାଇଛି। ଏହା ସହିତ ବ୍ୟାଙ୍କ୍ ରୁ ତାଙ୍କ ପ୍ରାପ୍ୟ ଟଙ୍କା ମଧ୍ୟ ଦିଆ ଯାଇଛି।
    ତେବେ, ଏଭଳି ଘଟଣା କାହିଁକି ଘଟିଲା, ଏବଂ ଏହାର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ RDC ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୂର୍ଣ୍ଣ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। Northern RDC ଆସନ୍ତାକାଲି ଠାରୁ ତଦନ୍ତ ଆରମ୍ଭ କରିବେ ବୋଲି ଜଣା ଯାଇଛି।

    ସୂଚନାଯୋଗ୍ୟ ଯେ , କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଜିତୁ ମୁଣ୍ଡା ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ ସେଠାରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ପ୍ରମାଣ ମାଗିଥିଲେ। ଫଳରେ ଜିତୁ ସିଧା ସଳଖ ଭଉଣୀଙ୍କ କଙ୍କାଳ ନେଇ ପହଞ୍ଚିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook