Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Apr 24, 2026    Views: 2323

    ବଲାଙ୍ଗିର: ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଇ-ପଞ୍ଚାୟତ ସଭା ପୋର୍ଟାଲ ଏବଂ ଇଣ୍ଟରନାଲ ଅଡିଟ ପୋର୍ଟାଲର ଲୋକାର୍ପଣ କରିବେ । ଏହାସହିତ ଅନ୍ତ୍ୟୋଦୟ ଗୃହ ଯୋଜନାର ହିତଧିକାରୀଙ୍କୁ କାର୍ୟ୍ୟାଦେଶ ବଣ୍ଟନ କରିବେ । ପୁଣି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯିବ । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟାଣ ନାଏକ, ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ସମେତ ପଞ୍ଚାୟତିରାଜ ତଥା ପାନୀୟଜଳ ବିଭାଗର ସଚିବ ଗିରିଶ ଏସଏନ ଉପସ୍ଥିତ ରହିବାର କାର୍ୟ୍ୟକ୍ରମ ରହିଛି ।
    ମୁଖ୍ୟମନ୍ତ୍ରୀ ମନୋହରପୁରସ୍ଥିତ ପୁଲିସ ପଡିଆରେ ବିମାନରୁ ଓହ୍ଲାଇ ସର୍କିଟ ହାଉସ ଯିବେ। ପୁଣି ସେଠାରୁ ବାହାରି ଗାନ୍ଧି ଷ୍ଟାଡ଼ିଅମଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ କାର୍ୟ୍ୟକ୍ରମରେ ଯୋଗଦେବେ । ଏଥିରେ ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ ମନରେଗା ଏବଂ ଗ୍ରାମୀଣ ଆବାସ ଯୋଜନାରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତାଙ୍କୁ ପୁରସ୍କୃତ କରିବେ ।

    Maximum 500 characters

    ତାଜା ଖବର View all

    Find Us on Facebook