Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Apr 14, 2026    Views: 3723

    କେନ୍ଦୁଝର  : ପାଦ ଛୁଇଁ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ହାଇସ୍କୁଲର ଡାଇମଣ୍ଡ ଜୁବିଲି ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସଭାରେ ନିଜ ସମୟରେ ପାଠ ପଢ଼ାଉଥିବା ଶିକ୍ଷକ ମାନଙ୍କୁ ସମ୍ମାନିତ କରିଥିଲେ । ସଭା ଉପରେ ମୁଣ୍ଡିଆ ମାରି ଗୁରୁମାନଙ୍କୁ ପ୍ରଣାମ କରିଥିଲେ ।
     କେନ୍ଦୁଝର ଗସ୍ତର ଶେଷ ଦିନ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ପଢୁଥିବା ଝୁମ୍ପୁରା ହାଇସ୍କୁଲ ଡାଇମଣ୍ଡ ଜୁବିଲି ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବହୁ ଶିକ୍ଷକଙ୍କ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜେ ପଢୁଥିବା ୨ ଜଣ ଶିକ୍ଷକଙ୍କ ପାଦଛୁଇଁ ପ୍ରଣାମ କରିଥିଲେ ।
     'କେବଳ ଜଣେ ପୁରାତନ ଛାତ୍ର ଭାବରେ ନୁହେଁ ବରଂ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ମୁଁ ମୋ ସ୍କୁଲ ପାଇଁ ଗର୍ବିତ' । ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ଦେଇ କହିଥିଲେ । ଅଭିଭାଷଣ ଦେବା ସମୟରେ ମୁଖ୍ୟମନ୍ତ୍ରୀ ପୁରୁଣା ସ୍ମୃତି ଚାରଣା କରି ଭାବବିହ୍ଵଳ ହୋଇପଡିଥିଲେ । ନିଜ ଗୁରୁ ମାନଙ୍କୁ ପାଖରେ ଦେଖି ମୁଖ୍ୟମନ୍ତ୍ରୀ ପାଦଛୁଇଁ ପ୍ରଣାମ କରିଥିଲେ । ଏହା ସହିତ ସମସ୍ତ ଶିକ୍ଷକଙ୍କୁ ଏବଂ ସହପାଠୀଙ୍କୁ ସମ୍ମାନିତ କରିଥିଲେ । ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ପୁରାତନ ଶିକ୍ଷକ, ସଫଳ ପୁରାତନ ଛାତ୍ର ଓ ବର୍ତ୍ତମାନର ସଫଳ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।
    ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କରାଯାଇଛି । ଏହି ଅର୍ଥ ବିଦ୍ୟାଳୟର ବହୁବିଧ ଉନ୍ନତିକରଣରେ ଖର୍ଚ୍ଚ ହେବ । ବିଦ୍ୟାଳୟରେ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିଅମ୍, ବହୁ ମହଲା ବିଶିଷ୍ଟ ବିଲ୍ଡିଂ, ଇଣ୍ଡୋର ଗେମ୍ ଫାସିଲିଟି, ସ୍କୁଲ ପାଚେରୀ, ସାଇକେଲ ଷ୍ଟାଣ୍ଡ ସମେତ ବିଭିନ୍ନ ଆବଶ୍ୟକୀୟ ସୁବିଧା ନିର୍ମାଣ ପାଇଁ ଏହି ଅର୍ଥ ବିନିଯୋଗ ହେବ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook