ମୁଖ୍ୟ ଖବର
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି ଏବଂ ନିର୍ବାଚନ ପ୍ରଚାର ମଧ୍ୟ ଶୀର୍ଷ ସ୍ତରରେ ପହଞ୍ଚି ଯାଇଛି। ଏହି ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ନିଜର ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ନେଇ ପାର୍ଟିର ଅନେକ ବରିଷ୍ଠ କେନ୍ଦ୍ରୀୟ ନେତା , ମୁଖ୍ୟମନ୍ତ୍ରୀ ଓ ପ୍ରମୁଖ ଚେହେରା ସାମିଲ ଅଛନ୍ତି , ଯିଏ ରାଜ୍ୟରେ ନିର୍ବାଚନୀ ମୈଦାନ ସମ୍ଭାଳିବେ। ଏହି ମଧ୍ୟରେ ପିଏମ୍ ମୋଦି ଆଜି କୁଚ୍ ବିହାରରୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଛନ୍ତି।ତେବେ ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ ରହିଛି ।
ବିଜେପି ପକ୍ଷରୁ ଜାରି ଷ୍ଟାର ପ୍ରଚାରକଙ୍କ ତାଲିକାରେ ପିଏମ୍ ମୋଦି , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ଜେ.ପି ନଡ୍ଡା , ନିତିନ ଗଡ଼କରୀ , ଧର୍ମେନ୍ଦ୍ର ପ୍ରଧାନ , ଫଜଣବିସ୍ , ଶିବରାଜ ସିଂହ ଚୌହାନ ,ଯୋଗୀ ଆଦିତ୍ୟନାଥ , ହିମନ୍ତ ବିଶ୍ୱା ଶର୍ମା, ଅଶ୍ୱିନୀ ବୈଷ୍ଣବ , ସ୍ମୃତି ଇରାନୀ , ଅନୁରାଗ ଠାକୁର , ଭୂପେନ୍ଦ୍ର ଯାଦବ , ମୋହନ ଚରଣ ମାଝୀ, ଅର୍ଜୁନ ମୁଣ୍ଡା , ବାବୁଲାଲ ମରାଣ୍ଡି ଓ ବିପ୍ଲବ କୁମାର ଦେବଙ୍କ ଭଳି ବରିଷ୍ଠ ନେତା ସାମିଲ ଅଛନ୍ତି। ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ , କଙ୍ଗନା ରଣାୱତ , ହେମା ମାଳିନୀ , ମନୋଜ ତିୱାରୀ , ଲିଆଣ୍ଡର ପେସ୍, ସୁଭେନ୍ଦୁ ଅଧିକାରୀ , ଦିଲ୍ଲୀପ ଘୋଷ , ସୁକାନ୍ତ ମଜୁମଦାର , ଶାନ୍ତନୁ ଠାକୁର , ଅମିତ ମାଲଭିୟଙ୍କ ସମେତ ଅନେକ କେନ୍ଦ୍ର ଓ ପ୍ରଦେଶ ସ୍ତରର ନେତା ମଧ୍ୟ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିବେ।
Comments ସମସ୍ତ ମତାମତ