ମୁଖ୍ୟ ଖବର
ଭୁବନେଶ୍ବର : ବିରୋଧୀଙ୍କ ଦୁର୍ବଳ ମୁଖ୍ୟମନ୍ତ୍ରୀ କଟାକ୍ଷକୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଏବେ କଷ୍ଟ ତ ହେବ । ରାଜ୍ୟସଭା ନିର୍ବାଚନ ପାଇଁ ଲୁଙ୍ଗି ପିନ୍ଧି ବସିଲେ ଏହା ଦ୍ୱାରା କେବଳ ଖୋର୍ଦ୍ଧା ଲୁଙ୍ଗିର ଵିଜ୍ଞାପନ ଭଲ ହୋଇଛି । ତା’ ଛଡା ଆଉ କିଛି ହେବ ନାହିଁ । ରାଜ୍ୟସଭା ଆଉ ନୂଆପଡା ନିର୍ବାଚନରୁ ଦୁର୍ବଳ ଆଉ ସବଳ ସଂଜ୍ଞା ଜଣାପଡିଛି । ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ଏହା କହିଛନ୍ତି।
ସୂଚନାଯୋଗ୍ୟ ଯେ, ଏସସିବି ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭାରେ ବିରୋଧୀ କଂଗ୍ରେସ ଓ ବିଜେଡି ପ୍ରତିବାଦ କରିଆସୁଛି । ବିଧାନସଭାର ବଜେଟ ଅଧିବେଶନର ଦ୍ଵାଦଶ ଦିନରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବିରୋଧୀ । କଳା ଟି - ସାର୍ଟ ପିନ୍ଧି ବିରୋଧ କରିଛନ୍ତି ବିଜେଡି ବିଧାୟକ । ବିଜେଡି ବିଧାୟକମାନେ ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖା ଥିବା ଟି - ସାର୍ଟ ପିନ୍ଧି ବିଧାନସଭା ପରିକ୍ରମା କରିଥିଲେ।
Comments ସମସ୍ତ ମତାମତ