ମୁଖ୍ୟ ଖବର
ଭୁବନେଶ୍ବର : ମାଓବାଦୀଙ୍କ ସଂଖ୍ୟା ବର୍ତ୍ତମାନ ସିଙ୍ଗଲ ଡିଜିଟରେ ପହଞ୍ଚିଛି । ମାଓବାଦୀଙ୍କ ସଂଖ୍ୟା ଏବେ ୯ ରେ ପହଞ୍ଚିଛି । ଆଉ ୭ ଦିନ ସମୟ ଅଛି, ଏହି ମାସ ଶେଷରେ ଓଡିଶା ସମ୍ପୂର୍ଣ୍ଣ ମାଓ ମୁକ୍ତ ହେବ । ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ରାଜ୍ୟର ଆନ୍ତରିକ ସୁରକ୍ଷା ଆହ୍ୱାନ ଥିଲା । ୪ ଦଶନ୍ଧୀ ଧରି ମାଓ ସଂଖ୍ୟା ବଢୁଥିଲା, କିନ୍ତୁ କମୁ ନଥିଲା । ବର୍ତ୍ତମାନ ପ୍ରତିଦିନ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଆଉ ୭ ଦିନ ଭିତରେ ମାଓ ମୁକ୍ତ ହେବ ଭାରତ, ଓଡିଶା ନକ୍ସଲ ମୁକ୍ତ ହେବ । ୨୦୨୫ ରୁ ୨ କେନ୍ଦ୍ରୀୟ କ୍ୟାଡର ସହ ୨୭ ଜଣଙ୍କୁ ହତ୍ୟା କରାଯାଇଛି । ୭୭ ଜଣ ଆତ୍ମ ସମର୍ପଣ କରିଛନ୍ତି । ବୁଧବାର ମାଓ ନେତା ଶୁକୃ ଆତ୍ମ ସମର୍ପଣ କରିଛି ।
Comments ସମସ୍ତ ମତାମତ