Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Mar 1, 2026    Views: 3140

    ଭୁବନେଶ୍ୱର: ଭଞ୍ଜପୁର-ପୁରୀ ଏବଂ ଶାଲୀମାର- ଚେରଲାପଲ୍ଲୀ ମଧ୍ୟରେ ନିୟମିତ ରେଳ ଚଳାଚଳ କରିବ। ଏହି ଦୁଇଟି ରେଳ ପୂର୍ବରୁ ଯାତ୍ରୀଙ୍କ ଚାହିଦା ଦେଖି ଚଳାଚଳ କରୁଥିଲା; କିନ୍ତୁ ରେଳ ମନ୍ତ୍ରଣାଳୟ ଉକ୍ତ ଦୁଇ ରେଳକୁ ନିୟମିତ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଭଞ୍ଜପୁର-ପୁରୀ ନିୟମିତ ରେଳ ନିୟମିତ ଚଳାଚଳ ଦ୍ବାରା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଭୁବନେଶ୍ବର ଏବଂ ପୁରୀ ଲୋକ ଉପକୃତ ହେବେ। ଶାଲୀମାର-ଚେରଲାପଲ୍ଲୀ ରେଳ ନିୟମିତ ଚଳାଚଳ କରିବା ଦ୍ବାରା ଉତ୍ତର ଏବଂ ଉପକୂଳବର୍ତ୍ତୀ ଜିଲାବାସୀ ରେଳସେବା କ୍ଷେତ୍ରରେ ଉପକୃତ ହେବେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook