Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିରୋଧୀ ଚାଷୀଙ୍କ ନାଁରେ କରୁଛନ୍ତି ହୀନ ରାଜନୀତି ବିରୋଧୀ

    Share on :
    ajab-Image
    Date: Feb 25, 2026    Views: 2583

    ଭୁବନେଶ୍ବର : ବିଧାନସଭାର ବଜେଟ୍ ଅଧିବେଶନ ୨୦୨୬-୨୭ର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ସକାଳ ସାଢ଼େ ୧୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ମାର୍ଚ୍ଚ ୯ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ । ଚାଷୀ ପ୍ରସଙ୍ଗ ଉଠାଇ ଗୃହରେ ବିରୋଧୀମାନେ ସରକାରଙ୍କୁ ସମାଲୋଚନା କରୁଥିବାବେଳେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ।

    ମୁଖ୍ୟମନ୍ତ୍ରୀ ମୋହନ ମାଝି ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ୨୪ ବର୍ଷ ସରକାରରେ ଥିବା ଦଳ ଏବେ ବିରୋଧୀ ଦଳ ହୋଇଛନ୍ତି ତେବେ ଆସନ୍ତା ୨୪ ବର୍ଷ ପର୍ଯ୍ୟନ୍ତ ଆଉ ଶାସନକୁ ଫେରିବେ ନାହିଁ । ଚାଷୀଙ୍କ ନାଁରେ ହୀନ ରାଜନୀତି କରୁଛନ୍ତି । ବିରୋଧୀ ଦଳର ଭୂମିକା ନିର୍ବାହ ନକରି କେବଳ ହୋ ହାଲ୍ଲା କରୁଛନ୍ତି । ବିଜେଡି କହୁଥିଲା ଲକ୍ଷାଧିକ ଚାଷୀଙ୍କୁ ନେଇ ବିଧାନସଭା ଘେରାଉ କରିବ ହେଲେ ଆଜି କେତେ ଲୋକ ଆସିଥିଲେ ? ସେଠି ଚାଷୀ ଥିଲେ କି ? ଏମିତି କରି ବିରୋଧୀଙ୍କୁ ପ୍ରଶ୍ନ କରିବା ସହ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook