Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ବଢିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅବଧି

    Share on :
    ajab-Image
    Date: Feb 21, 2026    Views: 3095

    ଭୁବନେଶ୍ଵର : ପୁଣି ବଢିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅବଧି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫- ୨୬" ଅଧୀନରେ ସମସ୍ତ ପୁରସ୍କାର ପାଇଁ ଆବେଦନ ସମୟସୀମା ୨୮ ଫେବୃଆରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି। ଯୋଗ୍ୟ ଆବେଦନକାରୀ   https://msp.odisha.gov.in website କୁ ଯାଇ ଆବେଦନ କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପାଇଁ ଆବେଦନରେ କୋହଳ କରାଯାଇଛି। ପୂର୍ବ କାର୍ଯ୍ୟରତ ଜିଲ୍ଲା ଓ ବ୍ଲକରେ ୨୦୨୪ ମାର୍ଚ୍ଚ ୩୧  ଭିତରେ ଯୋଗ ଦେଇଥିଲେ ଆବେଦନ କରିପାରିବେ।

    ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ପୂର୍ବରୁ ଫେବୃଆରୀ ୫ ତାରିଖ ଯାଏଁ ବଢ଼ାଯାଇଥିଲା। ପରେ ଆସନ୍ତା ୧୮ ତାରିଖକୁ ପୁନଃ ବୃଦ୍ଧି କରାଯାଇଥିଲା। ଏବେ ସମୟସୀମା ଫେବୃଆରୀ ୨୮ ଯାଏଁ  ବୃଦ୍ଧି କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

    ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପୁରାତନ ଛାତ୍ରୀଛାତ୍ର କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍‌ସିସି) ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବ୍‌ସାଇଟରେ ସମସ୍ତ ସୂଚନା ଉପଲବ୍ଧ ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook