Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ

    Share on :
    ajab-Image
    Date: Jan 10, 2026    Views: 3163

    ସମ୍ବଲପୁର: ଦୁଇଦିନିଆ ସମ୍ବଲପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତ ସମୟରେ ସେ ଜିଲ୍ଲାର ବିକାଶ ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ମାଆ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିବେ। । ମୁଖ୍ୟମନ୍ତ୍ରୀ ପ୍ରଥମେ ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସଡ଼କ ପଥରେ ସମ୍ବଲପୁର ଅଭିମୁଖେ ବାହାରିବେ । ଆଜି ସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ କରିବେ । ଏହାପରେ ମହାନଦୀ ସମ୍ମୁଖରୁ ସମ୍ବଲପୁରବାସୀଙ୍କ ପାଇଁ ବହୁ ପ୍ରତୀକ୍ଷିତ 'ଇ-ବସ୍' ସେବାର ଶୁଭାରମ୍ଭ କରିବେ । ଏହି ସେବା ସହରର ପରିବହନ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ । ଅପରାହ୍ନ ୨ଟା ୪୫ରୁ ୪ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ବୁର୍ଲା ପିଏମ୍‌ଶ୍ରୀ ସରକାରୀ ହାଇସ୍କୁଲ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ ।
    ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆସନ୍ତାକାଲି , ମୁଖ୍ୟମନ୍ତ୍ରୀ ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ଜମାଦାରପାଲି ଟିପୁପଡ଼ା ନିକଟରେ ସମ୍ବଲପୁର ସହର ପାଇଁ ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାସହ ସକାଳ ୧୧ଟା ୫୦ ମିନିଟରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭାବେ ନିର୍ମିତ 'ଟ୍ରମା କେୟାର' କୋଠାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମ୍ବଲପୁରର ପରିବହନ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook