Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀ-ନରସିଂହ ମିଶ୍ରଙ୍କ ଭେଟ୍‌ଘାଟ୍‌କୁ ନେଇ ରାଜନୈତିକ ମହଲରେ ହଲ୍‌ଚଲ୍‌

    Share on :
    ajab-Image
    Date: Jan 8, 2026    Views: 2444

    ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ତାଙ୍କ ଆବାସିକ କାର୍ୟ୍ୟାଳୟରେ ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଗତ ୪ ତାରିଖରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଓଡ଼ିଶା ରାଜ୍ୟ ଏବଂ ବଲାଙ୍ଗୀର ଜିଲାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପ ନିକଟରେ ଥିବା ଖେଳପଡ଼ିଆକୁ ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମିଶ୍ର ପ୍ରସ୍ତାବ ଦେଇଥିଲେ। ଏହି ଅଞ୍ଚଳର ସୌନ୍ଦର୍ୟ୍ୟକରଣ ଉଦ୍ଦେଶ୍ୟରେ ଏକ ଉଦ୍ୟାନ ନିର୍ମାଣ ପାଇଁ ଆସିଥିବା ଅନୁଦାନ ଫେରିଯାଇଥିଲା। ତେଣୁ ସେହି ଅନୁଦାନରାଶି ପୁଣି ପ୍ରଦାନ କରି ଲୋୟର ସୁକ୍‌ତେଲ ଡ୍ୟାମ୍‌ ନିକଟରେ ଏକ ବଡ଼ ଉଦ୍ୟାନ ବା ପାର୍କ ନିର୍ମାଣ କାମ ଆରମ୍ଭ କରାଯାଉ ବୋଲି ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୂର୍ବତନ ଆଇନମନ୍ତ୍ରୀ ନରସିଂହଙ୍କ ମଧ୍ୟରେ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
    ସୂଚନାଯୋଗ୍ୟ, କିଛିଦିନ ତଳେ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଏକ ସର୍ବଦଳୀୟ କମିଟି ଗଠନ କରିଥିଲେ। ଏହାକୁ ନରସିଂହ ସ୍ବାଗତ କରିବା ସହ ପୂର୍ବ ସରକାରକୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ଭାଜପା ସରକାର ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ କମିଟି ଗଠନ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ କଂଗ୍ରେସର ବରିଷ୍ଠ ନେତା ଆସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିଥିବା ଆଲୋଚନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

    Maximum 500 characters

    ରାଜନୀତି View all

    Find Us on Facebook