Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୭ରେ ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Dec 12, 2025    Views: 3170

    ଭୁବନେଶ୍ୱର/ବ୍ରହ୍ମପୁର: ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଗସ୍ତରେ ଆସିବେ । ନୀଳକଣ୍ଠନଗର ସରସ୍ୱତୀ ଶିଶୁମନ୍ଦିରର ୪୨ତମ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଏସ୍. ମୋହନ ରାଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
    ଶିଶୁମନ୍ଦିର ବାର୍ଷିକ ଉତ୍ସବରେ ୧୫ ହଜାର ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଏଠାରେ ଦିନ ସାଢ଼େ ୧୧ରୁ ଅପରାହ୍ଣ ୨ଟା ପର୍ୟ୍ୟନ୍ତ ରହିବେ । ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ବିଏମ  କମିଶନର୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଶିଶୁମନ୍ଦିର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । କାର୍ୟ୍ୟକ୍ରମ ସ୍ଥଳ, ହେଲିକପ୍ଟର ଅବତରଣ ସୁବିଧା, ଟ୍ରାଫିକ୍ ବ୍ୟବସ୍ଥା ଆଦି ଅନୁଧ୍ୟାନ କରିଛନ୍ତି । ଏହି ବାର୍ଷିକ ଉତ୍ସବରେ ଯୋଗଦେବା ସହ ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ କାର୍ୟ୍ୟକ୍ରମ ମଧ୍ୟ ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook