Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Nov 6, 2025    Views: 2752

    ନୂଆପଡା : ନୂଆପଡା ବିଧାନସଭା ଉପନିର୍ବାଚନ ରେ ଦିନକୁ ଦିନ ରାଜନୈତିକ ବାତାବରଣ ରେ ଉଷ୍ମତା ବଢ଼ି ବଢ଼ି ଚାଲିଲା । ବିଜେପି ନେତା ମନ୍ତ୍ରୀ ବିଧାୟକ ରାଜ୍ୟ ଓ ସ୍ଥାନୀୟ ନେତୃମଣ୍ଡଳୀ ପ୍ରଚାର ମଙ୍ଗ ଧରିଛନ୍ତି । ଆଜି ନିର୍ବାଚନୀ ପ୍ରଚାର ପାଇଁ ନୂଆପଡା ଆସୁଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ପଡୋଶୀ ରାଜ୍ୟ ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଷ୍ଣୁ ଦେବ ସାଏ । ନୂଆପଡା ବିଜେପି କାର୍ୟ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଦେଇଥିବା ସୁଚନା ମୁତାବକ ଆସନ୍ତାକାଲି ପୂର୍ବାହ୍ନ ୧୧ ଟା ସମୟରେ ଛତିଶଗଡ ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ସାଏ ନୂଆପଡା ବ୍ଲକ ଅଧିନସ୍ଥ କୁଟବନବେରା ପଞ୍ଚାୟତ ଅନ୍ତର୍ଗତ ପଞ୍ଚମପୁର ଠାରେ ଏକ ବିଶାଳ ଜନ ସମାବେଶ ରେ ଯୋଗ ଦେଇ ଉଦ୍ବୋଧନ ଦେବାର କାର୍ୟ୍ୟକ୍ରମ ରହିଛି । 

      ସେହିପରି ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୋମନା ବ୍ଲକ ଅନ୍ତର୍ଗତ ଉଦ୍ୟାନବନ ଠାରେ ପହଞ୍ଚି କୋମନା ଯିବେ । କୋମନା ବ୍ଲକ ମୁଖ୍ୟାଳୟ ଠାରେ ଏକ ବିଶାଳ ରୋଡ଼ ସୋ କରିବା ପରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ୟ୍ୟକ୍ରମ ରହିଛି ।     ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook