ମୁଖ୍ୟ ଖବର
ନୂଆଦିଲ୍ଲୀ/ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳର ପ୍ରଦର୍ଶନ ନେଇ ଭାରତୀୟମାନେ ଗର୍ବ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ କହିଛନ୍ତି, ମହିଳା କ୍ରିକେଟ ବିଶ୍ୱକପ୍-୨୦୨୫ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ। ଭାରତୀୟ ନାରୀଶକ୍ତି ପାଇଁ ପ୍ରଥମ ବିଶ୍ୱକପ୍ ବିଜୟ ଏବଂ ସମଗ୍ର ଦେଶ ପୂର୍ବ ଅପେକ୍ଷା ଅଧିକ ଜୋରରେ ଜୟଧ୍ୱନି କରୁଛି। ଏହି ରାତି ଇତିହାସରେ ଲିପିବଦ୍ଧ ହୋଇଯିବ ଏବଂ ଆମେ ଇତିହାସ ସୃଷ୍ଟି କରିବାର ସାକ୍ଷୀ ହେବାର ସୌଭାଗ୍ୟ ପାଇଲୁ।
Comments ସମସ୍ତ ମତାମତ