Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହାଅଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Sep 30, 2025    Views: 4340

    ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହା ଅଷ୍ଟମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ଜ୍ଝ ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ଜ୍ଝ”ମହାମାୟାଙ୍କ ମହା ଅଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଜଗତଜନନୀ ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ।

    ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ । ନିଜ ଜନ୍ମ ମାଟିରେ ଦୁର୍ଗାପୂଜା ମନାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି  ନିଜ ବାସଭବନରୁ ବାହାରି  କେନ୍ଦୁଝରର ରାଇସୁଆଁ ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ଜନ୍ମମାଟି ରାଇକଳାକୁ ଯିବେ ମୁଖ୍ୟମନ୍ତ୍ରୀ ।ସେଠାରେ ନିଜ ପରିବାର ସହ ଘରେ ପୂଜା କରିବେ । ଏହାପରେ ଝୁମ୍ପୁରା ଦୁର୍ଗାପୂଜାକୁ ଯାଇ ମା'ଙ୍କୁ ଦର୍ଶନ କରିବା ସହ ଝୁମ୍ପୁରା ସାଇ ମନ୍ଦିର ଯିବା କାର୍ୟ୍ୟକ୍ରମ ରହିଛି 

    Maximum 500 characters

    ତାଜା ଖବର View all

    Find Us on Facebook