Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ

    Share on :
    ajab-Image
    Date: Sep 30, 2025    Views: 4533

    କେନ୍ଦୁଝର: ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ । ନିଜ ଜନ୍ମ ମାଟିରେ ଦୁର୍ଗାପୂଜା ମନାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପୂର୍ବାହ୍ନ ୧୦:୪୫ରେ ନିଜ ବାସଭବନରୁ ବାହାରି ୧୧.୩୫ରେ କେନ୍ଦୁଝରର ରାଇସୁଆଁ ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ଜନ୍ମମାଟି ରାଇକଳାକୁ ଯିବେ ମୁଖ୍ୟମନ୍ତ୍ରୀ ।ସେଠାରେ ନିଜ ପରିବାର ସହ ଘରେ ପୂଜା କରିବେ । ଏହାପରେ ଝୁମ୍ପୁରା ଦୁର୍ଗାପୂଜାକୁ ଯାଇ ମା'ଙ୍କୁ ଦର୍ଶନ କରିବା ସହ ଝୁମ୍ପୁରା ସାଇ ମନ୍ଦିର ଯିବା କାର୍ୟ୍ୟକ୍ରମ ରହିଛି ।ଏହାପରେ କେନ୍ଦୁଝର ସର୍କିଟ ହାଉସକୁ ଯାଇ ବିଶ୍ରାମ ନେବା ସହ ଅପରାହ୍ନ ୪:୪୦ ମିନିଟରେ ପୁରୁଣା ବଜାରଠାରେ ସାର୍ବଜନୀନ ଦୁର୍ଗାପୂଜାର ୭୫ ବର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ ଯୋଗଦେଇ ମା'ଙ୍କ ଆଶୀର୍ବାଦ ଭିକ୍ଷା କରିବେ ।ଏହାପରେ ୫:୪୦ ମିନିଟରେ ଜଗନ୍ନାଥପୁର ଦୁର୍ଗାପୂଜା,ସନ୍ଧ୍ୟା ୬:୨୦ରେ ରାହାସ ପଡିଆ ଡେଲି ମାର୍କେଟ ଦୁର୍ଗା ପୂଜାରେ ଯୋଗ ଦେଇ ସର୍କିଟ ହାଉସ ଫେରିବେ।
    ସେଠାରୁ ପୁଣି ରାତି ୧୦ ଟାରେ ଗୁଜୁରାଟୀ ସମାଜର କାର୍ୟ୍ୟକ୍ରମରେ ଯୋଗଦେଇ ସର୍କିଟ ହାଉସରେ ରାତ୍ରି ଯାପନ କରିବେ । ଆସନ୍ତାକାଲି (ବୁଧବାର) ସକାଳୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

     

    Maximum 500 characters

    ତାଜା ଖବର View all

    Find Us on Facebook