Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମିଳିବ ୪୦ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Aug 1, 2025    Views: 2740

    ଭୁବନେଶ୍ୱର: ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରିର ଏକ ବଡ଼ ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ ରାଜ୍ୟ ସରକାର ଆଉ ୪୦ ହଜାର ସରକାରୀ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଘୋଷଣା କରିଛନ୍ତି। ଏକ୍ସ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ତାଙ୍କ ସରକାର ପ୍ରଥମ ବର୍ଷରେ ୨୮ ହଜାର ଚାକିରି ପ୍ରଦାନ କରିସାରିଛନ୍ତି ଏବଂ ଦ୍ୱିତୀୟ ବର୍ଷରେ ୪୦ ହଜାର ନୂଆ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ।ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ସୁଶାସନ ଦିବସ ଅବସରରେ ଘୋଷଣା କରିଥିଲେ ଯେ, ଆଗାମୀ ଦୁଇ ବର୍ଷ ମଧ୍ୟରେ ୭୫ ହଜାର ସରକାରୀ ପଦବୀ ପୂରଣ କରାଯିବ। ସେ ଦାବି କରିଛନ୍ତି ଯେ, ପୂର୍ବତନ ସରକାରଙ୍କ ସମୟରେ ପ୍ରାୟ ଦେଢ଼ ଲକ୍ଷ ପଦବୀ ଖାଲି ରହିଥିଲା, ଯାହାକୁ ବର୍ତ୍ତମାନ ସରକାର ପୂରଣ କରିବା ପାଇଁ ଦ୍ରୁତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବଶୀଘ୍ର ୨୦ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।ଏହି ଘୋଷଣା ରାଜ୍ୟର ଯୁବବର୍ଗଙ୍କ ମଧ୍ୟରେ ଆଶାର ସଞ୍ଚାର କରିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହି ନିଯୁକ୍ତି ପ୍ରକ୍ରିୟା ରାଜ୍ୟରେ ବେକାରୀ ସମସ୍ୟା ହ୍ରାସ କରିବା ସହ ସୁଶାସନକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି।

    Maximum 500 characters

    ତାଜା ଖବର View all

    Find Us on Facebook