Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିରନ୍ତର କର୍ତ୍ତବ୍ୟରତ ମୁଖ୍ୟମନ୍ତ୍ରୀ , ବିନା ଛୁଟିରେ ୧୩ମାସ

    Share on :
    ajab-Image
    Date: Jul 14, 2025    Views: 3072

    ଭୁବନେଶ୍ୱର : ଗତକାଲି ଥିଲା ରବିବାର। ସରକାରୀ ଛୁଟି ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରୁ ପୂର୍ବାହ୍ନରେ ଫେରିଲେ। ଫେରିବା ପରେ ପ୍ରଥମେ AIIMS ଯାଇ, ବାଲେଶ୍ୱର ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ। ଅପରାହ୍ନରେ ଲୋକସେବା ଭବନକୁ ଆସି ସରକାରୀ କାର୍ୟ୍ୟ କରିବା ସହିତ, ବିଭିନ୍ନ ବିଭାଗର ସଚିବ ମାନଙ୍କୁ ଡାକି ବିଳମ୍ବିତ ସନ୍ଧ୍ୟା ପର୍ୟ୍ୟନ୍ତ ସମୀକ୍ଷା ଓ ଆଲୋଚନା କରିଥିଲେ। 

    ଛୁଟି ଦିନ ହୋଇଥିଲେ ମଧ୍ୟ ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ନିତିଦିନିଆ କାର୍ୟ୍ୟକ୍ରମର ଏକ ଅଂଶ। ୨୦୨୪ ଜୁନ ୧୨ରୁ ଆଜି ୨୦୨୫ ଜୁଲାଇ ୧୩। ଏକ ବର୍ଷ, ଏକ ମାସ ଅତିବାହିତ ହେଲାଣି, ତଥାପି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ସେବାରେ କେବେ କ୍ଳାନ୍ତି ଅନୁଭବ କରି ନାହାନ୍ତି। ବିଗତ ଏକ ବର୍ଷ ମଧ୍ୟରେ ଗୋଟିଏ ଦୁଇଟି ରବିବାର, ଅଥବା ଛୁଟି ଦିନ ଛାଡି ଦେଲେ, ପ୍ରାୟ ସମସ୍ତ ଛୁଟି ଦିନରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଏହିପରି କର୍ମ ତତ୍ପର ଥାଏ। ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ୟ୍ୟନ୍ତ ସମସ୍ତେ ଚଳଚଂଚଳ ଥାଆନ୍ତି।  

    ଏହା ହେଉଛି ରାଜ୍ୟର ବିକାଶ ଓ ଓଡିଶାବାସୀଙ୍କ ସେବା ପାଇଁ ତାଙ୍କ ପ୍ରତିବଦ୍ଧତାର ନିଦର୍ଶନ। ସରକାର ହେଉଛନ୍ତି ଲୋକଙ୍କ ସରକାର । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ, ସେଥିପାଇଁ  ରାଜ୍ୟ ତଥା ରାଜ୍ୟବାସୀ ବିକାଶକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଲୋକଙ୍କ ସେବା ହେଉଛି ଜଣେ ଜନପ୍ରତିନିଧିର ପ୍ରଥମ କର୍ତ୍ତବ୍ୟ, ତାହା ପ୍ରମାଣିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook