Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁରୀରେ ହେବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ: ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jul 11, 2025    Views: 3165

    ଭୁବନେଶ୍ବର: ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ପୂର୍ବାଞ୍ଚଳ ଜୋନାଲ ପରିଷଦର ବୈଠକରେ ଇଣ୍ଟରନେଟ ଓ ବ୍ୟାଙ୍କିଙ୍ଗ ସେବା ବଢାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପୂର୍ବାଞ୍ଚଳ ୪ ରାଜ୍ୟ ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇ ରାଜ୍ୟରେ ଚାଲିଥିବା ଯୋଜନା ବାବଦରେ ଅବଗତ କରିବା ସହ ଓଡିଶାରେ ଇଣ୍ଟରନେଟ ଓ ବ୍ୟାଙ୍କିଙ୍ଗ ସେବା ବଢାଇବାକୁ ଦାବି ରଖିଛନ୍ତି । ଆସନ୍ତା ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ପୁରୀରେ ହେବ ବୋଲି ସହମତି ପ୍ରକାଶ ପାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘୨୭ ତମ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଆସନ୍ତା ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ଓଡିଶାରେ ହେବ ବୋଲି ସହମତି ପ୍ରକାଶ ପାଇଛି । ମହାପ୍ରଭୁଙ୍କ କ୍ଷେତ୍ର ପୁରୀରେ ଆୟୋଜନ ହେବ ବୋଲି ଅନୁମତି ମିଳିଛି ।’ଏକ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ସଫଳତା ଓ ଉପଲବ୍ଧିକୁ ମୁଖ୍ୟମନ୍ତ୍ରୀ ବୈଠକରେ ଅବଗତ କରାଇଛନ୍ତି । ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା, ବିକାଶ ଓ ଭବିଷ୍ୟତ ପାଇଁ ସରକାର ନେଇଥିବା ପଦକ୍ଷେପ ବାବଦରେ ମୋହନ ସୂଚନା ଦେଇଛନ୍ତି । ମହିଳା ଓ ଶିଶୁ ସଶକ୍ତିକରଣ ପାଇଁ ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୨୫/୨୬ ଆର୍ଥିକ ବର୍ଷରେ ଏଥିପାଇଁ ୧୫୨୨୩ କୋଟି ଟଙ୍କା ପ୍ରବଧାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ଅବଗତ କରିଛନ୍ତି । ଓଡିଶା ପୁଷ୍ଟି ମିଶନ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ସୁଭଦ୍ର ଯୋଜନା, ପୋଷଣ ଅଭିଯାନ ଓ ଆମେ ପଢିବା ଆମ ଭାଷାରେ ଯୋଜନା ନେଇ ଓଡିଶା ସଫଳତା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ମହିଳା ଓ ଶିଶୁ ନିର୍ୟ୍ୟାତନା ହାରକୁ କମାଇପାରିଥିବା ସେ କହିଛନ୍ତି ।

    ଯୌନ ଅପରାଧର ତ୍ବରିତ ତଦନ୍ତ ଓ ନ୍ୟାୟ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । ଓଡ଼ିଶାରେ ୨୩ଟି ପୋକ୍ସୋ ଏବଂ ୨୧ଟି ଫାଷ୍ଟ ଟ୍ରାକ କୋର୍ଟ ସ୍ଥାପିତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍ତି । ରାଜ୍ୟରେ ୬୭୯୪ ଗ୍ରାମପଞ୍ଚାୟତରୁ ମାତ୍ର ୨୪୨୧ରେ ୫ କିମି ମଧ୍ୟରେ ବ୍ୟାଙ୍କ ସେବା ରହିଛି । ୩୦ ଜିଲ୍ଲାର ୨୭୪୨ ପଞ୍ଚାୟତରେ ବ୍ୟାଙ୍କ ସେବା ନାହିଁ । ତେଣୁ ଏହି ଗ୍ରାମପଞ୍ଚାୟତରେ ସ୍ଥାୟୀ ଶାଖା ଖୋଲିବା ଲାଗି ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି । କେନ୍ଦ୍ର ସରକାର ଏନେଇ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି ।ରାଜ୍ୟର ଅନେକ ଗ୍ରାମାଞ୍ଚଳରେ ମୋବାଇଲ ନେଟୱାର୍କ ନାହିଁ । ଫଳରେ ବ୍ୟାଙ୍କ ଓ ଜନକଲ୍ୟାଣ ସେବା ପ୍ରଭାବିତ ହେଉଛି । ସଂପୃକ୍ତ ଅଞ୍ଚଳରେ ଉତ୍ତମ ଇଣ୍ଟରନେଟ ସୁବିଧା ପାଇଁ ପଦକ୍ଷେପ ନେବାକୁ ମୋହନ ଦାବି କରିଛନ୍ତି । ଏହା ସହ ବିଭିନ୍ନ ପ୍ରସଙ୍ଗରେ ମାନସମନ୍ଥନ କରିଛନ୍ତି ଓଡ଼ିଶା, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସମେତ ବିହାର ଓ ପଶ୍ଚିମବଙ୍ଗ ରାଜ୍ୟର ପ୍ରତିନିଧି । ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ନିଜ ନିଜ ରାଜ୍ୟର ସମସ୍ୟା ଉପସ୍ଥାପନ କରିବା ସହ ଦାବି ରଖିଛନ୍ତି ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ।ଏଥିସହ ଏହି ବୈଠକରେ ମସଞ୍ଜୋର ଡ୍ୟାମ, ତାଇୟାବପୁର ବ୍ୟାରେଜ ଏବଂ ଇନ୍ଦ୍ରପୁରୀ ଜଳଭଣ୍ଡାର ସହ ଜଡ଼ିତ ଦୀର୍ଘ ଦିନରୁ ଲାଗି ରହିଥିବା ଜଟିଳ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏହା ସହିତ ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟ ମଧ୍ୟରେ ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ଏବଂ ଦାୟିତ୍ୱର ବିଭାଜନ ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏହାର ସମାଧାନ ଦିଗରେ ପାରସ୍ପରିକ ସହମତିରେ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook