ମୁଖ୍ୟ ଖବର
ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପଦ୍ମ ପୁରସ୍କାରପ୍ରାପ୍ତ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ପଦ୍ମ ପୁରସ୍କାରପ୍ରାପ୍ତଙ୍କ ସମ୍ମାନରେ ରାଜ୍ୟ ବିଜେପି ସରକାର ୩୦ହଜାର ଟଙ୍କାର ପେନସନ୍ ପ୍ରଦାନ ବ୍ୟବସ୍ଥା କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।ଏ ସମ୍ପର୍କରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପଦ୍ମ ପୁରସ୍କାର ବିଜେତା ଡଃ ଜିତେନ୍ଦ୍ର ହରିପାଲ, ଚତୁର୍ଭୁଜ ମେହେର, ପ୍ରମୋଦ ଭଗତ, ସୁଦର୍ଶନ ସାହୁ ଓ ଅନ୍ୟ ସମ୍ମାନିତ ବ୍ୟକ୍ତିମାନଙ୍କୁ ଭେଟିବା ଓ ସେମାନଙ୍କ ସହ କଥାବାର୍ତ୍ତା କରିବା ସୌଭାଗ୍ୟର ବିଷୟ । ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସରକାର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ୩୦ହଜାର ଟଙ୍କାର ପେନସନ୍ ଦେବାର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ପଦକ୍ଷେପ ପାଇଁ ସେମାନଙ୍କର ପ୍ରଶଂସାରେ ଅଭିଭୂତ । ଏହି ପେନସନ୍ ସେମାନଙ୍କର ସମର୍ପଣ ଓ ଉପଲବ୍ôଧକୁ ମାନ୍ୟତା ଦେଉଛି ।ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ କିଭଳି ସଂରକ୍ଷିତ ରଖିହେବ ଓ ପ୍ରୋତ୍ସାହିତ କରିବାର ଶୈଳୀ ସମ୍ପର୍କରେ ଆଲୋଚନା କରିଥିଲୁ । ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ଉପାଦେୟ ପରାମର୍ଶକୁ ଗୁରୁତ୍ୱ ଦେବା ସହ ଆମର ଗୌରବମୟ ପରମ୍ପରା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରୁଛି ।
ଆମର ସାଂସ୍କୃତିକ ପ୍ରତୀକଗୁଡ଼ିକର ସମ୍ମାନ କରିବା ଓ ଏହି ସମ୍ବନ୍ଧକୁ ଅଧିକ ସୁୂଦୃଢ଼ କରିବା ଆମ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିବା ସହ ସମସ୍ତେ ମିଶି ଓଡ଼ିଶାର ଗୌରବ ରକ୍ଷା କରି ଉତ୍ସବ ମନାଇବାକୁ ଆହ୍ୱାନ କରିଛନ୍ତି ।
Comments ସମସ୍ତ ମତାମତ