Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

    Share on :
    ajab-Image
    Date: Jan 15, 2025    Views: 2352

    କେନ୍ଦୁଝର:  'ଉତ୍କର୍ଷ ଓଡ଼ିଶା' କାର୍ୟ୍ୟକ୍ରମରେ କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
    ମଙ୍ଗଳବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରାଠାରେ ଏକ ନବନିର୍ମିତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ହେବ । ଏଥିପାଇଁ ଭୁବନେଶ୍ୱରରେ ଆଗାମୀ ୨୮-୨୯ ତାରିଖରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା’ କାର୍ୟ୍ୟକ୍ରମରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦୁଝରର ବିକାଶକୁ ପ୍ରାଥମିକତା ଦିଆଯାଉଛି । ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସବୁ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ।"ଝୁମ୍ପୁରାଠାରେ ଉଦଘାଟିତ ଏହି ନବନିର୍ମିତ ସେତୁଟି ଯୋଗାଯୋଗ ପାଇଁ ସହାୟକ ହେବ । ଝୁମ୍ପରା-ଉଖୁଣ୍ଡା ରାସ୍ତାରେ କେନାଲ ଉପରେ ନିର୍ମିତ ହୋଇଛି । ଏହାଦ୍ବାରା ଝୁମ୍ପୁରା ଓ ଶ୍ରୀରାମପୁର ଗ୍ରାମ ଯୋଡ଼ି ହୋଇପାରିଛି । ଏହାଦ୍ବାରା ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହିତ ଦୈନିକ ୫ ହଜାରରୁ ୧୦ ହଜାର ଲୋକ ଉପକୃତ ହେବେ । ଏହି ସେତୁର ଦୈର୍ଘ୍ୟ ୬୭ ମିଟର ଓ ଆପ୍ରୋଚ୍ ରୋଡ୍‌ ୧୭୫ ମିଟର । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ରାଇକଳା ସ୍ଥିତ ବାସଭବନ ଯାଇ କିଛି ସମୟ କଟାଇଥିଲେ । ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟରେ ଯୋଗ ଦେଇଛନ୍ତି ।

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook