Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜୁଡିସିଆଲ ଆରକାଇଭ୍‌ ଲୋକାର୍ପିତ

    Share on :
    ajab-Image
    Date: Jan 11, 2025    Views: 3883

    କଟକ: ଉଦ୍‌ଘାଟିତ ହେଲା ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ୍‌ । କଟକ ସ୍ଥିତ ଜୁଡିସିଆଲ ଏକାଡେମୀ ନିକଟରେ ଏହି ଆରକାଇଭ୍‌ ନିର୍ମିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଉପସ୍ଥିତ ଅଛନ୍ତି ।

    ଏହି ଆରକାଇଭରେ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର କ୍ରମ ବିକାଶ ଏବଂ ନ୍ୟାୟପାଳିକା ବାବଦୀୟ ପ୍ରାୟ ସମସ୍ତ ତଥ୍ୟ ଉପଲବ୍ଧ । ଅଭିଲେଖାଗାରରେ ଉପଲବ୍ଧ ସମସ୍ତ ତଥ୍ୟକୁ ବିଭିନ୍ନ ଫର୍ମାଟ୍‌ରେ ଦେଖିହେବ, ବୁଝିହେବ ଏବଂ ଶୁଣିହେବ । ଅଭିଲେଖାଗାରରେ ୧୮୦୦ ମସିହା ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟର ଦସ୍ତାବିଜ ଆଦି ସଂରକ୍ଷିତ କରି ରଖାଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook