Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ବହୁତ କିଛି ବାକି ଅଛି: ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Oct 28, 2024    Views: 4636

    ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରାଜ୍ୟ ବିଜେପି ସରକାର କାଳ ସାଜିଛନ୍ତି । ବିଜେପି ସରକାରକୁ ଆସୁ ଆସୁ ଦୁର୍ନୀତିଗ୍ରସ୍ତଙ୍କୁ ଜେଲ ପଠାଇପାରେ ଲାଗିଛି । ତେବେ ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ବହୁତ କିଛି ବାକି ଅଛି ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । 
    ସେ କହିଛନ୍ତି ଯେ ଶୂନ୍ୟ ସହନଶୀଳତା ନୀତି ଉପରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟରେ ବିଜେପି ସରକାର ଆସିବାରେ ମାତ୍ର ୧୪୦ ଦିନ ହୋଇଛି । ହିତାଧିକାରୀ ଡିବିଟିରେ ଟଙ୍କା ପାଇବାରୁ ଆଉ ଦୁର୍ନୀତି ହୋଇପାରୁନାହିଁ ।  ୬ ମୁଖ୍ୟଯନ୍ତ୍ରୀଙ୍କୁ ଦୁର୍ନୀତି ପାଇଁ ଗିରଫ କରାଯାଇଛି । ୬ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ୨୩୩ଟି ପ୍ଲଟ, ୩୨ଟି କୋଠା, ପ୍ରାୟ ୬ କେଜି ସୁନା, ୧୦କୋଟି ବ୍ୟାଙ୍କ ଡିପୋଜିଟ ଓ ନଗଦ ୨୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଅନେକ ବଡ଼ ବଡ଼ ଅଧିକାରୀ ଗିରଫ ହୋଇ ଜେଲରେ ଅଛନ୍ତି । ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ବହୁତ କିଛି ବାକି ଅଛି । ଦୁର୍ନୀତି କରୁଥିବା ଅଧିକାରୀଙ୍କ ମନରେ ସବୁବେଳେ ଭୟ ରହିବ । ଏ ସରକାର କେତେବେଳେ ବି ବାନ୍ଧିପାରେ, ସବୁବେଳେ ମନେପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

    ଏଥିସହ ସେ କହିଛନ୍ତି, ସଭ୍ୟ ଜଗତରେ ଦୁର୍ନୀତି ହେଉଛି କର୍କଟ ରୋଗ ସଦୃଶ। ତେଣୁ କର୍କଟ ରୋଗ ହୋଇଥିବା ଶରୀରର ଅଂଶକୁ କାଟି ବାହାର କରିଦେବା ପରି ଉକ୍ତ ଦୁର୍ନୀତିଖୋର ଅଫିସରଙ୍କୁ ଗିରଫ କରି ଜେଲ୍‌ ହାଜତକୁ ପଠାଇବା ପାଇଁ କାମ ଆରମ୍ଭ ହୋଇଛି। ଯେଉଁମାନେ ଦୁର୍ନୀତି କରିଛନ୍ତି କାହାକୁ ବି କୌଣସି ପରିସ୍ଥିତିରେ ଛଡ଼ାଯିବନି ବୋଲି ସୂଚାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

    Maximum 500 characters

    ତାଜା ଖବର View all

    Find Us on Facebook