ମୁଖ୍ୟ ଖବର
ନୂଆଦିଲ୍ଲୀ: ଝାରଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ଷ୍ଟାର ପ୍ରଚାର ତାଲିକା ଜାରି କରିଛି। ଏହି ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁ ମଧ୍ୟ ରହିଛି।
ଷ୍ଟାର ପ୍ରଚାରକ ହେବା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମାଝୀ ଏକଦା ଝାରଖଣ୍ଡ ଯାଇଥିଲେ। ଏବେ ତାଙ୍କୁ ବିଜେପି ବିଧିବଦ୍ଧ ଭାବେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି। ଏହାର ଅର୍ଥ ସେ ଝାରଖଣ୍ଡରେ ବିଜେପି ପାଇଁ ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ମାଗିବେ। ଦଳ ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକାର ୧୭ନଂ ସ୍ଥାନରେ ଶ୍ରୀ ମାଝୀଙ୍କ ନାଁ ରହିଛି।
ସେହିପରି ସମ୍ବଲପୁର ଲୋକସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାର ତାଲିକାରେ ରହିଛି। ତାଲିକାର ୧୨ ନମ୍ବର ସ୍ଥାନରେ ତାଙ୍କ ନାଁ ରହିଛି।
Comments ସମସ୍ତ ମତାମତ