Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଯାଜପୁରକୁ ଲୁଟିଛନ୍ତି ୩ ପରିବାର: ମୋହନ

    Share on :
    ajab-Image
    Date: Sep 29, 2024    Views: 3465

    ଭୁବନେଶ୍ୱର: ବିକାଶ ନାମରେ ଯାଜପୁରକୁ ୩ଟି ପରିବାର ଲୁଟିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଯାଜପୁରରେ ଅନୁଷ୍ଠିତ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହା କହି ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ନାଁ ନନେଇ ମୁଖ୍ୟମନ୍ତ୍ରୀ  ବିଜେଡିର ୩ଜଣ ନେତାଙ୍କୁ ଟାର୍ଗେଟ କରିଛନ୍ତି । ନିଜକୁ କ୍ରୀତଦାସ କହିବାକୁ ପଛାଉନଥିଲେ ।  ନିଜକୁ ନବୀନଙ୍କ କ୍ରୀତଦାସ କହୁଥିଲେ, ଯାଜପୁରକୁ ସମୃଦ୍ଧ କରିଦେବୁ ବୋଲି କହୁଥିଲେ । କୁଆଡେ଼ ଗଲା ସମୃଦ୍ଧ ଜିଲ୍ଲା ।  ଆପଣମାନେ ଉଚିତ ଜବାବ ଦେଲେ ।

       ସେ କହିଛନ୍ତି ଯେ ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣିଖାଦାନରେ ଭରପୁର ଥିବା ଅଞ୍ଚଳ । ଏଠାରେ ଯେତିକି ଉନ୍ନତି ହେବା କଥା ସେତିକି ହେଲାନି । ପ୍ରାଚୁର୍ଯ୍ୟ ଭରା ଯାଜପୁର ହୋଇଥିବାବେଳେ ଏଠାରେ ଲୋକେ କିନ୍ତୁ ଗରିବ । ତେବେ ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସୁବିଧାସୁଯୋଗ ପ୍ରଦାନ କରାଯିବ ମୁଖ୍ୟମନ୍ତ୍ରୀ କହିଛନ୍ତି ।
    ଏହାଛଡ଼ା ସେ କହିଛନ୍ତି ଯେ ଯାଜପୁରର ନଗଡ଼ା ଅପପୁଷ୍ଟି କଥା କେବଳ ରାଜ୍ୟ ନୁହେଁ ସାରାଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ଖାଇବାକୁ ନପାଇ ପ୍ରାୟ ୧୫ ଜଣ ଶିଶୁଙ୍କ ଜୀବନ ଯାଇଥିଲା । ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ । ୨୪ ବର୍ଷରେ କି ବିକାଶ ହୋଇଛି? ଆହୁରି ସମୟ ମାଗୁଛନ୍ତି । ଦୀର୍ଘ ୨୪ ବର୍ଷ ଶାସନରେ ବିଜେଡି ବିକାଶ ନାମରେ ବିନାଶ କରିଛି । ଏଭଳି କହି ବିଜେଡିକୁ ଟାର୍ଗେଟ କରିବା ସହ ବିଜେପିକୁ ଓଡ଼ିଶାରେ ଏକ ନମ୍ବର କରିବାକୁ ମୁଖ୍ୟମନ୍ତ୍ରୀ ଯାଜପୁରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।ଏଥିସହ ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତୁ୍ୟ ମାମଲାର ତଦନ୍ତ କରାଯିବ । ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ଜେଲ ପଠାଯିବ । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ ଜେଲ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 
    ଏଥିସହ ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡି ସରକାର ଥିବା ସମୟରେ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଛି । ବିଜେଡିର ଗାଁକୁ କାମ, ନାରୀଙ୍କୁ ସମ୍ମାନ ନାରା କେତେ କାର୍ଯ୍ୟକାରୀ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।  ଗାଁକୁ ଭଲ ରାସ୍ତା ନାହିଁ । ବିକାଶମୂଳକ କାମ ନାମରେ ବ୍ୟାପକ ଦୁର୍ନୀତି ହୋଇଛି । ମହିଳାଙ୍କୁ କେତେ ସମ୍ମାନ ମିଳିଛି ତାହା ଆମେ ୨/୩ ବର୍ଷ ତଳୁ ଦେଖିଛୁ । ଧର୍ମଶାଳା ପିଇଓ ସ୍ମିତାରାଣୀଙ୍କୁ ନିର୍ମମଭାବେ ହତ୍ୟା କରାଗଲା । ଯେଉଁମାନେ ମାଙ୍କୁ ସମ୍ମାନ ଦେବା କଥା କହୁଥିଲେ ସେମାନେ ସ୍ମିତାରାଣୀଙ୍କୁ ହତ୍ୟା କଲେ । ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଲେ ।

     

    Maximum 500 characters

    ରାଜନୀତି View all

    Find Us on Facebook