Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସରକାରୀ ଅଧିକାରୀଙ୍କୁ ନବୀନ ବାବୁ କ୍ଷମତା ହସ୍ତାନ୍ତର କରିଦେଇଥିଲେ:ମୋହନ

    Share on :
    ajab-Image
    Date: Sep 26, 2024    Views: 2913

    ଭୁବନେଶ୍ୱର: ଦୀର୍ଘ ୨୪ବର୍ଷ ପରେ ବିଜେଡି କ୍ଷମତାରୁ ହଟିଛି। ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛନ୍ତି। ବିଜେପି ସରକାର ୧୦୦ଦିନ ପୂରଣ କରିଛି। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ସେ ନବୀନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ସରକାରୀ ଅଧିକାରୀଙ୍କୁ ନବୀନ ବାବୁ କ୍ଷମତା ହସ୍ତାନ୍ତର କରିଦେଇଥିଲେ ବୋଲି କହିଛନ୍ତି। ନବୀନଙ୍କ ୨୪ବର୍ଷର ଶାସନ ରାଜ୍ୟକୁ ବିକାଶ ଶୀର୍ଷରେ ପହଞ୍ଚାଇବା ବଦଳରେ ଧ୍ବଂସ କରିଦେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଅଧିକାରୀ ଅସଲ କ୍ଷମତାର ପ୍ରାଣକେନ୍ଦ୍ର ଥିଲେ। ସେ ହିଁ ସବୁ ନିଷ୍ପତ୍ତି ନେଉଥିଲେ। ସଭା ମଞ୍ଚରେ କେବଳ ସେହି ଅଧିକାରୀ ବସୁଥିଲେ। ଭାଷଣ ଦେଉଥିଲେ। ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତା ମଞ୍ଚ ତଳେ ଛିଡା ହେଉଥିଲେ। ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ। ଓଡ଼ିଆ ଯଦି କଷ୍ଟ ପାଇ‌େ‌ବ, ସରକାର ନିଶ୍ଚିତ ପରିବର୍ତ୍ତନ କରି‌େ‌ବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
    ଭୁବନେଶ୍ବର କାରଗିଲ ବସ୍ତିରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ପୂର୍ବ ବିଜେଡି ସରକାର ମିଶନ ଶକ୍ତି ଋଣର ସୁଧ ଦେଉଥିଲେ ବୋଲି ମିଥ୍ୟା ପ୍ରଚାର କରୁଥିଲେ। ମିଶନ ଶକ୍ତି ମା’ମାନଙ୍କୁ ବ୍ୟାଙ୍କ ଦେଉଥିବା ସୁଧ ଟଙ୍କାର ୭ ପ୍ରତିଶତ କେନ୍ଦ୍ର ଓ ୪ ପ୍ରତିଶତ ରାଜ୍ୟ ସରକାର ଦେଉଥିଲେ। ଭୋଟ ପାଇଁ ସେ ରଚିଥିବା ହୀନଚକ୍ରାନ୍ତରେ ନିଜେ ଫସିଲେ। ଓଡ଼ିଶାବାସୀ ନିର୍ବାଚନରେ ନବୀନ ବାବୁଙ୍କୁ ଜବାବ ଦେଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଏ ସରକାର ଲୋକଙ୍କ ସରକାର। କ୍ଷମତାକୁ ଆସିବାର ୧୦୦ଦିନ ମଧ୍ୟରେ ବିଜେପି ତା’ର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି। ୨୦୩୬ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆମ ସରକାର କଥା ନୁହେଁ, କାମରେ ବିଶ୍ବାସ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

    Maximum 500 characters

    ରାଜନୀତି View all

    Find Us on Facebook