Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିର୍ମାଣ ଶ୍ରମିକଙ୍କ ପାଇଁ ପୂର୍ବରୁ ମିଳୁଥିବା ସହାୟତା ରାଶିକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Sep 12, 2024    Views: 3509

    ଭୁବନେଶ୍ୱର :ଆପଣମାନେ ହେଉଛନ୍ତି ନିର୍ମାଣର ମେରୁଦଣ୍ଡ। ରାସ୍ତା, ଘାଟ, କୋଠା ବାଡ଼ି, କଳ କାରଖାନା, ବନ୍ଦର, ବିମାନ ବନ୍ଦର, ଶିକ୍ଷାୟତନ, ଡାକ୍ତରଖାନା,  ଯେ କୌଣସି ନିର୍ମାଣ ହେଉ, ଆପଣମାନଙ୍କ ବିନା ଏସବୁର ପରିକଳ୍ପନା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ   ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ କହିଛନ୍ତି।

    ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଈଶ୍ୱରଙ୍କ ପରିକଳ୍ପନାରେ ମଣିଷ ହିଁ ଏଭଳି ଏକ ସୃଷ୍ଟି, ଯିଏ ସର୍ଜନା କରିପାରେ, ଭାବିପାରେ ଓ ନିର୍ମାଣ କରିପାରେ। ଗଢିବାର ପ୍ରକ୍ରୟା ଟି ହେଲା ନିର୍ମାଣ। ନିର୍ମାଣ ପାଇଁ ଶ୍ରମର ଯୋଗଦାନ ସବୁଠୁ ଅଧିକ। ଆମ କୁଶଳୀ ଶ୍ରମିକମାନେ ସାଧାରଣକୁ ଅସାଧାରଣ କରିପାରନ୍ତି। ସିମେଣ୍ଟ, ବାଲି, ଗୋଡିକୁ ବ୍ୟବହାର କରି ଗଢି ପାରନ୍ତି ସୁନ୍ଦର ଅଟ୍ଟାଳିକା। ଲୁହା, ଇସ୍ପାତ, ଆଲୁମିନିୟମକୁ ବ୍ୟବହାର କରି ତିଆରି କରନ୍ତି କଳ କାରଖାନା। ପିଚୁ, ଗୋଡି, ବଜୁରିକୁ ମିଶ୍ରଣ କରି ନିର୍ମାଣ କରନ୍ତି ସୁନ୍ଦର ରାସ୍ତା। ତେଣୁ ଯଥାର୍ଥରେ ସେମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ର ନିର୍ମାତା । ନିର୍ମାଣ କ୍ଷେତ୍ର କେବଳ ଆମ ଅର୍ଥନୀତିକୁ ସମୃଦ୍ଧ କରେ ନାହିଁ, ଏହା ମଧ୍ୟ ବ୍ୟାପକ କର୍ମସଂସ୍ଥାନ ଯୋଗାଇଥାଏ। ନିର୍ମାଣ କ୍ଷେତ୍ରରେ ଦେଖିବାକୁ ମିଳେ ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ବୈଷୟିକ ବିଦ୍ୟାର ସମିଶ୍ରଣ। ଭୁବନେଶ୍ୱରକୁ ଆଧୁନିକତାର ରୂପ ଦେବାର ବିନ୍ଧାଣୀ ହେଉଛନ୍ତି ଆମର ଏହି ଶ୍ରମିକ ଭାଇମାନେ ବୋଲି ସେ କହିଥିଲେ।

    ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଶ୍ରମିକ ଭାଇମାନଙ୍କ ଅଭାବ ଅସୁବିଧା ଓ ପ୍ରତିକୂଳତାକୁ ସରକାର ଗୁରୁତ୍ୱର ସହ ଦୃଷ୍ଟି ରଖିଛନ୍ତି। ସେମାନେ କିପରି ସୁରକ୍ଷିତ ରହିବେ, ସେମାନଙ୍କ ଅଭାବ, ଅସୁବିଧା ସମୟରେ, ସେବା ନିବୃତ ହେବା ପରେ କିମ୍ବା ଦୁର୍ଘଟଣା ଅଥବା ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରର ମଙ୍ଗଳକୁ ଦୃଷ୍ଟିରେ ରଖି ଗଢା ହୋଇଛି ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’। ସେଥିପାଇଁ ସମସ୍ତେ ତାଙ୍କର ସାମାଜିକ ନିରାପତ୍ତା ପାଇବା ପାଇଁ ବୋର୍ଡରେ ନିଜ ନିଜର ନାମ ପଞ୍ଜିକୃତ କରିବା ଆବଶ୍ୟକ। ଅସୁବିଧା ସମୟରେ, ଏହି ସଂସ୍ଥା କେବଳ ଏକ ସରକାରୀ ସଂସ୍ଥା ନୁହେଁ, ବରଂ ଆପଣଙ୍କ ପ୍ରିୟ ବନ୍ଧୁ ଭାବେ ମଧ୍ୟ ସାବ୍ୟସ୍ତ ହେବ। ପ୍ରତି ଜିଲ୍ଲାରେ ଆପଣଙ୍କୁ ସାହଯ୍ୟ କରିବା ପାଇଁ ଶ୍ରମ ଅଧିକାରୀମାନେ ମଧ୍ୟ କାର୍ୟ୍ୟରତ ଅଛନ୍ତି। ‘ମୋ ସେବା’ ନାମରେ ଏକ ପୋର୍ଟାଲ ମଧ୍ୟ ଏଥିପାଇଁ କାର୍ୟ୍ୟ କରୁଛି। ନିର୍ମାଣ ଶ୍ରମିକଙ୍କ ପରିବାରର ଭବିଷ୍ୟତକୁ ସୁଦୃଢ କରିବା ପାଇଁ ବୋର୍ଡ ପକ୍ଷରୁ ଏସବୁ ସୁବିଧା ସୁଯୋଗ କରାଯାଇଛି।  ତେଣୁ ଆପଣମାନେ ସମସ୍ତେ ନିଜକୁ ଏହି ‘ଶ୍ରମିକ କଲ୍ୟାଣ ବୋର୍ଡ’ ରେ ସାମିଲ କରନ୍ତୁ ଓ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନିଅନ୍ତୁ। ଆମ ସରକାର ଆପଣମାନଙ୍କ ସହିତ ଅଛି ଓ ସବୁବେଳେ ରହିବ ବୋଲି ସେ କହିଥିଲେ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ କଲ୍ୟାଣାର୍ଥେ ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପୂର୍ବରୁ ମିଳୁଥିବା ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ଏବଂ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ମିଳୁଥିବା ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook