Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଦଳିପାରେ ସିଏମଙ୍କ ସୁରକ୍ଷା କାରକେଡ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Jul 10, 2024    Views: 3308

    ଭୁବନେଶ୍ୱର:ମଙ୍ଗଳବାର ରସୁଲଗଡ ଛକରେ  ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ପାସ୍‌ କରୁଥିବାବେଳେ ଅଚାନକ ଜଣେ ମହିଳା ପଶି ଆସି କାରକେଡକୁ ଅଟକାଇ ଦେଇଥିଲେ। ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ତେଣୁ ଆଲୋଚନା ହେଉଛି କି, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ ବଦଳା ଯାଇପାରେ। ଗତକାଲିର ଘଟଣା ପରେ କମିଶନରେଟ ପୋଲିସ ଏନେଇ ବଡ଼ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ କାରକେଡରେ ମହିଳା ପୋଲିସ ନିୟୋଜିତ କରିବାକୁ କୁହାଯାଇଛି।

    ପ୍ରକାଶ ଯେ ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରର ବିଚ୍‌ ରାସ୍ତାରେ ଜଣେ ମହିଳା ହାଇଡ୍ରାମା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ପଶି ଆସିଥିଲେ। ଆଉ ପ୍ରତିବାଦ କରିଥିଲେ। ତେବେ ପ୍ରତିବାଦ କରିଥିବା ମହିଳା କିଏ ଓ କ’ଣ ପାଇଁ କାର୍‌କେଡ୍‌କୁ ପଶି ଆସିଲେ, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଭିଏସ୍‌ଏସ୍‌ ନଗରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଥିଲା। ସେଠାରେ ଯୋଗଦେବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରି ଫେରୁଥିବା ବେଳେ ରସୁଲଗଡ଼ ଓଭବ୍ରିଜ୍‌ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ପଶି ଆସିଥିଲେ ଜଣେ ମହିଳା। ଓଭରବ୍ରିଜ୍‌ ତଳେ ମହିଳା ଜଣକ ପାଇଲଟିଂ କାର୍‌ ଆଗକୁ ପଳାଇ ଆସିଥିଲେ। ପୁଲିସ କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ। ହେଲେ ମହିଳା ଜଣକ ପୁଲିସ୍‌ କର୍ମଚାରୀଙ୍କ ସହିତ ଠେଲାପେଲା କରିଥିଲେ। ପରେ ପୁଲିସ୍‌ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ମହିଳା ଜଣକ କ’ଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିଲେ,ତାହା ଜଣାପଡ଼ିନି। ଶୁଣିବାକୁ ମିଳୁଛି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ୍‌ ଟ୍ରାଫିକ୍‌ ଅଟକାଇଥିଲା। ଯେଉଁଥିପାଇଁ ମହିଳା ଜଣକ ରାଗି ଯାଇଥିଲେ ଓ କାର୍‌କେଡ୍‌ ଆଗକୁ ଆସି ପ୍ରତିବାଦ କରିଥିଲେ।  ସିଏ ଯାହା ହେଉନା କାହିଁକି ମହିଳାଙ୍କ ଏପରି ପ୍ରତିବାଦକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook