ମୁଖ୍ୟ ଖବର
ଭୁବନେଶ୍ୱର : ଘରକୁ ସଫା ରଖିବା ସହ ଘରର ପ୍ରତ୍ୟେକ ଜିନିଷକୁ ମଧ୍ୟ ସଫା ରଖିବା ଜରୁରୀ । ଘରର ଚଟାଣ ହେଉ କି ରୋଷେଇ ଘରେ ବ୍ୟବହୃତ ଗ୍ୟାସ ଓ ବାସନକୁସନ ଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ । ଖୁବ୍ ସହଜରେ ସଫା କରିବା ପାଇଁ କେତୋଟି ଦିଗ ପ୍ରତି ଧ୍ୟାନଦେବାକୁ ପଡ଼ିଥାଏ ।
- ବାସନରେ ପୋଡ଼ାଦାଗ ଥିଲେ ସେଥିରେ ଅଳ୍ପ ବେକିଙ୍ଗ ସୋଡ଼ା ଓ ଭିନେଗାର ପକାଇ ଅଳ୍ପ ସମୟ ପରେ ମାଜି ଦିଅନ୍ତୁ । ଦେଖିବେ ପୋଡ଼ା ଦାଗ ଛାଡ଼ିଯିବ ।
- ଘରେ କ୍ଷୀର ଛିଣ୍ଡିଯାଇଥିଲେ , ତାକୁ ନଫୋପାଡ଼ି ଛେନା କରନ୍ତୁ । ସେହି ଛେନାକୁ ଅଟାଚକଟାରେ ବ୍ୟବହାର କରନ୍ତୁ । ରୁଟି ନରମ ଓ ସୁଆଦିଆ ହେବ ।
- ରୁଟି ତାୱାର ପୋଡ଼ା ଦାଗ ଛଡ଼ାଇବା ପାଇଁ ତାୱାକୁ ଗରମ କରି ସେଥିରେ ଫାଳେ ଲେମ୍ବୁ ଘଷି ଦିଅନ୍ତୁ । ବେକିଙ୍ଗ ପାଉଡ଼ର ପକାଇ ବାସନ ମଜାରେ ମାଜି ଦିଅନ୍ତୁ । ତାୱାରୁ ପୋଡ଼ା ଦାଗ ଛାଡ଼ିଯିବ ।
- ଗ୍ରାଇଣ୍ଡର ଜାର ସଫା କରିବାକୁ ଚାହୁଁଥିଲେ , ସେଥିରେ ଅଳ୍ପ ବାସନମଜା ଲିକୁ୍ୟଇଡ଼ ପକାଇ ଅଳ୍ପ ପାଣି ପକାଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ପରେ ଭଲ ପାଣିରେ ଧୋଇଦିଅନ୍ତୁ । ଜାର ଭଲରେ ସଫା ହୋଇଯିବ
- ଫ୍ରିଜରେ ପନିର ରଖୁଥିଲେ ଏୟାର ଟାଇଟ ଡ଼ବାରେ ପାଣିଦେଇ ବନ୍ଦ କରିରଖନ୍ତୁ । ଏପରି କଲେ ପନିର ସତେଜ ରହିବ ।
Comments ସମସ୍ତ ମତାମତ