Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଏହି ବଲିଉଡ଼ ହିରୋଇନ କରିଛନ୍ତି ଦ୍ୱିତୀୟ ବିବାହ

    Share on :
    ajab-Image
    Date: Feb 19, 2021    Views: 9489

    ବଲିଉଡରେ ଦ୍ୱିତୀୟ ବିବାହ କରିବା କୈାଣସି ନୂଆ ଘଟଣା ନୁହେଁ  । ବିବାହ ବିଚ୍ଛେଦ ପରେ ଏହି ଅଭିନେତ୍ରୀ ମାନେ ଦ୍ୱିତୀୟ ବିବାହ କରିଛନ୍ତି  ।

    ୧: ଦିୟା ମିର୍ଜା - ୨୦୧୪ରେ ଦିୟା ସାହିଲ ସନ୍ଧାଙ୍କୁ ବିବାହ କରିଥିଲେ  । ହେଲେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ୨୦୧୯ରେ ପରସ୍ପର ଅଲଗା ହୋଇଥିଲେ  । ହେଲେ ୨୦୨୧ ଫେବୃଆରୀ ୧୫ରେ ଦିୟା ମୁମ୍ବାଇର ବ୍ୟବସାୟୀ ବୈଭବ ରେକୀଙ୍କୁ ବିବାହ କରିଛନ୍ତି  । ବୈଭବଙ୍କର ଗୋଟିଏ କନ୍ୟା ସନ୍ତାନ ରହିଛି ସେ ମଧ୍ୟ ଏହି ବିବାହରେ ଉପସ୍ଥିତ ଥିଲେ  ।

    ୨: କିରନ୍ ଖେର - କିରନ୍ ପ୍ରଥମେ ୧୯୮୫ରେ ବ୍ୟବସାୟୀ ଗୈାତମ ବେରୀଙ୍କୁ ବିବାହ କରିଥିଲେ ହେଲେ ଏହି ବିବାହ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା  । ପରେ କିରନ୍ ତାଙ୍କ ବନ୍ଧୁ ଅନୁପମ୍ ଖୈରଙ୍କୁ ବିବାହ କରିଥିଲେ  । ଅନୁପମ୍ ମଧ୍ୟ ପୂର୍ବରୁ ଆଉ ଜଣଙ୍କୁ ବିବାହ କରିଥିଲେ  । ୧୯୮୫ରୁ ଦୁଇ ଜଣ ଏକାଠି ରହିଛନ୍ତି  । ପରସ୍ପର ଭଲ ବନ୍ଧୁ ହୋଇଥିବାରୁ  ବୈବାହିକ ଜୀବନ ଖୁବ ଖୁସିରେ କଟୁଛି ବୋଲି ସେମାନେ କହିଛନ୍ତି  ।
     
    ୩: କାମ୍ୟା ପଞ୍ଜାବୀ - କାମ୍ୟା ପଞ୍ଜାବୀ ଓ ବଂଟି ପରସ୍ପରଙ୍କୁ ବିବାହ କରିଥିଲେ   । ଏମାନଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି  । ହେଲେ ବିବାହର ୧୦ ବର୍ଷ ପରେ ଦୁହେଁ କାମ୍ୟା ଓ ବଂଟି ଅଲଗା ହୋଇଗଲେ  । ଅନେକ ବର୍ଷ ପରେ କାମ୍ୟା ସଂଲଭ ଡାଙ୍ଗଙ୍କୁ ବିବାହ କରିଛନ୍ତି   ।

    ୪: ରେନୁକା ସହାନେ - ମରାଠୀ ଥିଏଟର ଆର୍ଟିଷ୍ଟଙ୍କୁ ପ୍ରଥମେ ବିବାହ କରିଥିଲେ ରେନୁକା ସାହାନେ  । ହେଲେ ଏହି ସମ୍ପର୍କ ବେଶୀ ଦିନ ଧରି ଚାଲି ନଥିଲା  । ପରେ ୨୦୦୧ରେ ବଲିଉଡର ଜଣାଶୁଣା ଚେହେରା ଆଶୁତୋଷ ରାଣାଙ୍କୁ ବିବାହ କରିଛନ୍ତି  ।

    ୫: ଗୈାତମୀ କପୁର - ଫଟୋଗ୍ରାଫର ମଧୁର ସ୍ରଫ୍ ଙ୍କୁ ପ୍ରଥମ ବିବାହ କରିଥିଲେ ଅଭିନେତ୍ରୀ ଗୈାତମୀ କପୁର  । ବିବାହ ବିଚ୍ଛେଦ ପରେ ଗୈାତମୀ  ରାମ୍ କପୁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ  । 

    Maximum 500 characters

    ସିନେମା View all

    Find Us on Facebook