Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୭ଟି ରୁଟରେ କାଲିଠୁ ହବକୁ ଯିବ ଯୁକ୍ତଦୁଇ ପ୍ରଶ୍ନପତ୍ର

    Share on :
    ajab-Image
    Date: Feb 12, 2026    Views: 3363

     ଯୁକ୍ତଦୁଇ ପରୀକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆସନ୍ତାକାଲିଠାରୁ ବିଭିନ୍ନ ହବକୁ ଯିବ ପ୍ରଶ୍ନପତ୍ର । ୨୭ଟି ଟ୍ରକରେ ସିଏଚଏସଇ ଅଫିସରୁ ୨୭ଟି ରୁଟ ଦେଇ ଏହି ପ୍ରଶ୍ନପତ୍ର ହବରେ ପହଞ୍ଚିବ । ଫେବୃଆରୀ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟର ୨୧୧ଟି ହବରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ସିଏଚଏସଇ ଲକ୍ଷ୍ୟ ରଖିଛି । ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡା, ବଣାଇଗଡ଼, ରାଉରକେଲା, ରାୟଗଡା ପରି ଦୂର ସ୍ଥାନକୁ ପ୍ରଶ୍ନପତ୍ର ଯିବ ।

    ସେପଟେ ପ୍ରଥମ ଥର ପାଇଁ ସବୁ ହବରେ AI କ୍ୟାମେରା ଲଗାଯାଇଛି ।  ଆଜି ସିଏଚଏସଇ ଅଫିସରେ AI କ୍ୟାମେରା କମାଣ୍ଡ କଣ୍ଟ୍ରୋଲ ରୁମ୍ ଖୋଲିଛି  । ସବୁ ହବର ମନିଟରିଂ ଏହିଠାରୁ ହେବ ।  ହବ ଭିତରକୁ ଯଦି ଦୁଇରୁ ଅଧିକ ଲୋକ ଯିବେ, କଣ୍ଟ୍ରୋଲ ରୁମକୁ ଆଲର୍ଟ ଆସିବ ।  ଏ ନେଇ କ୍ୟାମେରା ଗୁଡିକରେ ଏକ ସଫ୍ଟୱେର ଇନଷ୍ଟଲ ହୋଇଛି ।  ଯାହା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ବୋଲି କୁହାଯାଉଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook