ମୁଖ୍ୟ ଖବର
ଚେନ୍ନଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠାରୁ ଦାମୀ କ୍ରିକେଟର ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ବରିଷ୍ଠ ଅଲ୍ରାଉଣ୍ଡର କ୍ରିସ୍ ମରିସ୍। ଆଇପିଏଲ୍ ନିଲାମରେ ମରିସ୍ଙ୍କୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣିଛି। ଆଇପିଏଲ୍ ଇତିହାସରେ ଏତେ ଅର୍ଥରେ କୌଣସି ଖେଳାଳି ବିକ୍ରି ହୋଇନଥିଲେ। ମରିସ୍ଙ୍କ ମୂଳ ନିଲାମ ମୂଲ୍ୟ ୭୫ ଲକ୍ଷ ଟଙ୍କା ଥିଲା। ୨୦୧୫ରେ ତାରକା ଭାରତୀୟ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୬ କୋଟି ଟଙ୍କାରେ କିଣିଥିଲା।
ଗତବର୍ଷ ମରିସ୍ଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ୧୦ କୋଟି ଟଙ୍କାରେ କିଣିଥିଲା। ତେବେ ପେସ୍ ବୋଲର ଏବଂ ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ମରିସ୍ ସେପରି ଭଲ ପ୍ରଦର୍ଶନ କରି ପାରିନଥିଲେ। ଗତବର୍ଷ ମରିସ୍ ଆର୍ସିବି ପାଇଁ ମାତ୍ର ୯ଟି ମ୍ୟାଚ୍ ଖେଳି ୧୨ଟି ୱିକେଟ ନେଇଥିବା ବେଳେ ମୋଟ ୩୪ ରନ୍ କରିଥିଲେ। ନିକଟରେ ମରିସ୍ଙ୍କୁ ଦକ୍ଷିଣ ଆଫ୍ରିକା ଜାତୀୟ ଦଳରୁ ମଧ୍ୟ ବାଦ୍ ଦିଆ ଯାଇଥିଲା। ଅଦ୍ୟାବଧି ମରିସ୍ ୭୦ଟି ଆଇପିଏଲ୍ ମ୍ୟାଚ୍ ଖେଳି ୮୦ଟି ୱିକେଟ ନେଇଛନ୍ତି। ଓଭର ପିଛା ମରିସ୍ ୭.୮୧ ରନ୍ ଦେଇଛନ୍ତି। ପୁଣି ସେ ୧୫୭ ଷ୍ଟ୍ରାଇକ୍ରେଟ୍ରେ ମୋଟ ୫୫୧ ରନ୍ କରିଛନ୍ତି।
Comments ସମସ୍ତ ମତାମତ