ମୁଖ୍ୟ ଖବର
କଟକ,: ଚୌଦ୍ବାର ଜେଲ୍ରୁ କଏଦୀ ଫେରାର ଘଟଣା। ସରିଲା ଅଭିଯୁକ୍ତ ମଧୁକାନ୍ତ ରଣାର ରିମାଣ୍ଡ ଅବଧି। କୋର୍ଟରେ ହଜାର ପରେ ଜେଲ୍ ଫେରିଲା ମଧୁକାନ୍ତ ରଣା। ଜେଲ୍ରୁ ଫେରାର ଘଟଣାରେ ବୃନ୍ଦାବନରୁ ଗିରଫ ହୋଇଥିଲା। ମଧୁକାନ୍ତ ରଣାକୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ। ମଧୁକାନ୍ତକୁ ୬ ଦିନିଆ ରିମାଣ୍ଡରେ ନେଇଥିଲା ପୁଲିସ।
ରବିବାର ଥିଲା ରିମାଣ୍ଡର ଶେଷ ବା ଷଷ୍ଠ ଦିନ । ଏହା ମଧ୍ୟରେ ମଧୁକାନ୍ତଠାରୁ ଜେଲ୍ରୁ ଖସିବା, ରାଜ୍ୟ ବାହରକୁ ଯିବା, ବାହାରେ ବୁଲିବା, ରାଜାର ହରକତ, ଗ୍ୟାଙ୍ଗ୍ର କାରନାମା ଓ ସହଯୋଗ କରିଥିବା ବ୍ୟକ୍ତିଙ୍କ ବିଷୟରେ ପୁଲିସ ଟିମ୍ ଅନେକ ତଥ୍ୟ ପାଇଛି । ସିନ୍ ରିକ୍ରିଏସନ୍ରୁ ବି ଫେରାର୍ର ଏକ ତଥ୍ୟ ପୁଲିସ ପାଇପାରିଛି । ଏସବୁ ତଥ୍ୟକୁ ଏକାଠି ପୁଲିସ ଫେରାର ଥିବା ଅନ୍ୟତମ ଅପରାଧୀ ରାଜାକୁ ଧରିବା ପାଇଁ ପ୍ଲାନ୍ ପ୍ରସ୍ତୁତ କରୁଛି । ରାଜ୍ୟ ବାହାରୁ ଆସୁଥିବା ଗୁଇନ୍ଦା ତଥ୍ୟକୁ ମଧ୍ୟ ପୁଲିସ କାମରେ ଲଗାଉଛି । ଚଳିତ ସପ୍ତାହରେ ରାଜାକୁ ଧରିବା ପାଇଁ ପୁଲିସ ପକ୍ଷରୁ ଆଉ ଏକ ଅଭିଯାନ ଆରମ୍ଭ ହେବ ବୋଲି କୁହାଯାଉଛି । ସମ୍ଭବତଃ ଏଥିରେ ମଧୁକାନ୍ତଠାରୁ ଆଉ କିଛି ତଥ୍ୟ ‘ରିଏଲ୍ ଟାଇମ୍’ରେ ଆବଶ୍ୟକ ପଡ଼ିବ । ତେଣୁ ମଧୁକାନ୍ତକୁ ଜେଲ୍ ଫେରାଇବା ପରେ ପୁନଶ୍ଚ ରିମାଣ୍ଡ ପାଇଁ କୋର୍ଟଙ୍କ ପାଖରେ ଆବେଦନ ହେବ । ମାତ୍ର ମଧୁକାନ୍ତକୁ ଜେଲ୍ରୁ ଅଣାଯିବନି । ଯେଉଁଦିନ ଆବଶ୍ୟକ ପଡ଼ିବ ସେହିଦିନ ରିମାଣ୍ଡରେ ଆଣି ପୁଲିସ ଜେରା କରିବ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ଚୌଦ୍ୱାର ସର୍କଲ୍ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ଓ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ପରସ୍ପର ବିରୋଧରେ ଦେଇଥିବା ଏତଲାରେ ଆଧାରରେ ପୁଲିସ ଉଭୟ ପକ୍ଷଙ୍କୁ ନୋଟିସ୍ ଦେଇଥିଲା। ଉଭୟଙ୍କୁ କିଛି ତଥ୍ୟ ପ୍ରଦାନ କରିବାକୁ ପୁଲିସ କହିଥିଲା । ମାତ୍ର ଏଯାବତ କେହି କିଛି ତଥ୍ୟ ପ୍ରମାଣ ଦେଇନାହାନ୍ତି ବୋଲି ଚୌଦ୍ୱାର ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
Comments ସମସ୍ତ ମତାମତ