Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚୀନ ଓ ଇରାନ ଦେଶର ପ୍ରତିନିଧିଙ୍କ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ

    Share on :
    ajab-Image
    Date: Aug 7, 2026    Views: 2980

    ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେଉଥିବା ବ୍ରିକ୍ସ ଶିକ୍ଷା ସମ୍ମିଳନୀରେ ଯୋଗଦେଇଥିବା ଚୀନ ଓ ଇରାନ ଦେଶର ପ୍ରତିନିଧି ମଣ୍ଡଳୀ  ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ଼. ଭାରତୀ ପାଲ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଓଡ଼ିଶାର ସମୃଦ୍ଧ ଇତିହାସ, ଐତିହ୍ୟ, ସ୍ଥାପତ୍ୟ, ସାହିତ୍ୟ, କଳା ଓ ସଂସ୍କୃତି ସମ୍ବନ୍ଧରେ ଚୀନ ଓ ଇରାନ ଦେଶର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ।ପ୍ରତିନିଧିମାନେ ସଂଗ୍ରହାଳୟରେ ଥିବା ପ୍ରତ୍ନତତ୍ତ୍ୱ, ତାଳପତ୍ର ପୋଥି, ଲିପିତତ୍ତ୍ୱ, ମୁଦ୍ରା, ଅସ୍ତ୍ରଶସ୍ତ୍ର, ଚାରୁ ଓ କାରୁକଳା, ଅନୁଭବ ଐତିହ୍ୟ ଗ୍ୟାଲେରୀ ଆଦିକୁ ବୁଲି ଦେଖିଥିଲେ। ଏଥିସହ ଓଡ଼ିଶାର ପ୍ରତ୍ନତତ୍ତ୍ୱ ଏବଂ ବୌଦ୍ଧ ଓ ଜୈନ ଧର୍ମ ସମ୍ବନ୍ଧିତ କୀର୍ତ୍ତିରାଜିର ଭୂୟସୀ ପ୍ରଶଂସା କରିଥିଲେ।

    ଏହି ଅବସରରେ ଚୀନ ଓ ଇରାନ ଦେଶର ପ୍ରତିନିଧିମାନଙ୍କୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ "ଟାଇମ୍‌ଲେସ ଟେଲ୍" ଶୀର୍ଷକ ଏକ ପୁସ୍ତକ (ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସମ୍ବନ୍ଧିତ ବିବରଣୀ ପୁସ୍ତକ) ପ୍ରଦାନ କରାଯାଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook