Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

    Share on :
    ajab-Image
    Date: Sep 14, 2026    Views: 2692

    ନୂଆଦିଲ୍ଲୀ: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସାମରିକ ଉତ୍ତେଜନା ହ୍ରାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଭାରତର ଉତ୍ତର ସୀମା ନିକଟରେ ଚାଇନାର ‘ପିପୁଲ୍ସ ଲିବରେଶନ ଆର୍ମି’ (PLA)ର ମୁତୟନ ହ୍ରାସ ପାଇଛି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ LAC ସଂଲଗ୍ନ ଚାଇନା ଅଞ୍ଚଳ ଏବଂ ସମ୍ପୃକ୍ତ ସାମରିକ ପ୍ରଶିକ୍ଷଣ କ୍ଷେତ୍ରଗୁଡ଼ିକରେ PLAର ୧୦ଟି ’କମ୍ବାଇଣ୍ଡ ଆର୍ମସ ବ୍ରିଗେଡ’ (ମିଳିତ ସାମରିକ ବାହିନୀ ଦଳ) ମୁତୟନ କରାଯାଇଛି।
    ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଏହି ରିପୋର୍ଟକୁ ନିଜ ୱେବସାଇଟରେ ଉପଲବ୍ଧ କରାଇଛି। ଏଥିରେ ଉତ୍ତର ସୀମାରେ ଚାଇନାର ସାମରିକ ଉପସ୍ଥିତି ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି। ରିପୋର୍ଟ ଆଧାରରେ, ଏହା ବିଶ୍ୱାସ କରାଯାଉଛି ଯେ ଉଭୟ ଦେଶ ମଧ୍ୟରେ ସୀମାଗତ ଉତ୍ତେଜନା ହ୍ରାସ କରିବାର ପ୍ରକ୍ରିୟା ଆଗକୁ ବଢ଼ିଛି।
    ୨୦୨୦ ମସିହାରୁ ପୂର୍ବ ଲଦାଖରେ ଭାରତୀୟ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଏହା ପରେ, ଉଭୟ ଦେଶ ସାମରିକ ଏବଂ କୂଟନୈତିକ ସ୍ତରରେ କ୍ରମାଗତ ଆଲୋଚନା କରିଥିଲେ। ଏହି ପ୍ରକ୍ରିୟାର ଅଂଶବିଶେଷ ଭାବରେ, ୨୦୨୪ ମସିହାରେ ଅନେକ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆଗକୁ ବଢ଼ିଥିଲା। ବର୍ତ୍ତମାନ, ୨୦୨୫ରେ ଚାଇନା ସୈନ୍ୟ ମୁତୟନ ହ୍ରାସ ପାଇବା ଘଟଣାକୁ ଉତ୍ତେଜନା ହ୍ରାସର ପରବର୍ତ୍ତୀ ପର୍ଯ୍ୟାୟ ଭାବରେ ଦେଖାଯାଉଛି। ଭାରତ ଦୀର୍ଘ ଦିନ ଧରି ସୀମାରେ ସୈନ୍ୟ ସଂଖ୍ୟା ହ୍ରାସ କରିବା ଏବଂ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ଉପରେ ଗୁରୁତ୍ୱାରୋପ କରିଆସୁଛି।
    ଭାରତ ଓ ଚାଇନା ମଧ୍ୟରେ ସୀମା ସମ୍ବନ୍ଧୀୟ ପ୍ରସଙ୍ଗକୁ ନେଇ ‘ସ୍ବତନ୍ତ୍ର ପ୍ରତିନିଧି’ (SR) ସ୍ତରୀୟ ଆଲୋଚନା ମଧ୍ୟ ପୁନର୍ବାର ଆରମ୍ଭ ହୋଇଥିଲା। ଡିସେମ୍ବର ୨୦୨୪ ଏବଂ ଅଗଷ୍ଟ ୨୦୨୫ରେ ଏହି ଆଲୋଚନାର ଦୁଇଟି ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ରାଜନୈତିକ ଓ କୂଟନୈତିକ ସ୍ତରରେ ଦୀର୍ଘଦିନ ଧରି ଚାଲିଆସୁଥିବା ସୀମା ସମସ୍ୟାର ସମାଧାନ ପାଇଁ କରାଯାଉଥିବା ପ୍ରୟାସର ଏହା ଏକ ଅଂଶବିଶେଷ। ଅଗଷ୍ଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ଗସ୍ତ ସମୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା। ଚାଇନାର ତିଆନଜିନ (Tianjin) ଠାରେ ଅନୁଷ୍ଠିତ ‘ସାଂଘାଇ ସହଯୋଗ ସଂଗଠନ’ (SCO) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିଥିଲେ। ଏହି ଗସ୍ତ ସମୟରେ ଭାରତ-ଚାଇନା ସମ୍ପର୍କର ଅଗ୍ରଗତି ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook