Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିୟମିତ ଜାମିନ ପାଇଲେ ଚିଲିକା ବିଧାୟକ

    Share on :
    ajab-Image
    Date: Aug 5, 2022    Views: 4293

    ଖୋର୍ଦ୍ଧା: ନିୟମିତ ଜାମିନ ପାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପୂର୍ବରୁ ସୁପ୍ରିମକୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ଦେଇସାରିଥିବା ବେଳେ ବାଣପୁର କୋର୍ଟରେ ଓକିଲମାନଙ୍କ ଧର୍ମଘଟ ଚାଲିଥିବାରୁ ସେ ନିୟମିତ ଜାମିନ ପାଇପାରି ନଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ପ୍ରଶାନ୍ତ ଜଗଦ୍ଦେବ ପିଆର ବଣ୍ଡରେ ବାଣପୁର ଜେଲରୁ ଜାମିନ ପାଇଥିଲେ । ତେବେ ବର୍ତ୍ତମାନ ଓକିଲଙ୍କ ଧର୍ମଘଟ ସ୍ଥଗିତ ହୋଇଥିବା ବେଳେ ଗୁରୁବାର ଚିଲିକା ବିଧାୟକ ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇ ନିୟମିତ ଜାମିନ ପାଇଛନ୍ତି ।

    ଦୁଇ ଗୋଟି ଜାମିନଦାର ଓ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକା ବଦଳରେ ବିଧାୟକଙ୍କୁ ଜାମିନ ମିଳିଛି । ତେବେ ଉକ୍ତ ମାମଲା ଗତକାଲି ବାଣପୁର ଜେଏମଏଫସି କୋର୍ଟରୁ ଭୁବନେଶ୍ବର ଏଡ଼ିଜେ-୩ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ବାଣପୁର ଜେଏମଏଫସି କୋର୍ଟ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଯାହାଫଳରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣି ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook