Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚିଲିକାରୁ ବେଆଇନ ଘେରୀ ଉଚ୍ଛେଦ

    Share on :
    ajab-Image
    Date: Aug 6, 2026    Views: 2948


    ଚିଲିକାରୁ ବେଆଇନ ଘେରୀ ମୁକ୍ତ ଅଭିଯାନ। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରୀ ଉଚ୍ଛେଦ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ବେଆଇନ ଘେରୀ ଉଚ୍ଛେଦ ଆରମ୍ଭ ହୋଇଛି। ବଜ୍ରକୋଟ ରାଜସ୍ବ ସର୍କଲ ଅଧୀନ ତାଳତଳା ବାହାର ଚିଲିକା ଅଞ୍ଚଳରୁ ୧୦୦ ଏକର ଚିଲିକାରେ ହୋଇଥିବା ଜାଲ ଘେରୀକୁ ପ୍ରଶାସନ ଉଚ୍ଛେଦ କରିଛି । 

    ଘେରୀରେ ବ୍ୟବହାର ହୋଇ ଥିବା ଜାଲ, କିଳା, ବାଉଁଶ ଆଦିକୁ ନିଆଁ ଲଗାଇ ନଷ୍ଟ କରାଯାଇଛି । କୃଷ୍ଣପ୍ରସାଦ ଅତିରିକ୍ତ ତହସିଲଦାର ବିକାଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଶାନ୍ତି ଶୃଙ୍ଖଳା ଲାଗି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook