Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଲଙ୍କା ଚକଟିଲେ ହାତ ପୋଡ଼ୁଥିଲେ କରନ୍ତୁ ଏପରି

    Share on :
    ajab-Image
    Date: Sep 22, 2022    Views: 3000

    ଭୁବନେଶ୍ୱର: ଓଡ଼ିଆ ଘରେ ଖାଦ୍ୟ ପରଶିବା ସମୟରେ ଖୋଜାପଡେ଼ ଲଙ୍କା । କିନ୍ତୁ ଲଙ୍କା କାଟିବା କିମ୍ବା ଚକଟିବା ପରେ ସାଧାରଣତଃ ହାତ ପୋଡ଼ାଜଳା ହଇରାଣରେ ପକାଇଦିଏ । ତେବେ ବିଭିନ୍ନ ପ୍ରକାର ଘରୋଇ ଉପାୟରେ ଏହି କଷ୍ଟରୁ ମୁକ୍ତି ମିଳିପାରିବ । ତେଣୁ ଜାଣି ରଖନ୍ତୁ କିଛି ଟିପ୍ସ ।

    - ଲଙ୍କା କାଟିବା ପରେ ହାତ ପୋଡୁଥିଲେ ମହୁକୁ ଭଲଭାବେ ହାତରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ । ମହୁରେ ଔଷଧୀୟ ଗୁଣ ରହିଥିବାରୁ ଖୁବଶୀଘ୍ର ପୋଡ଼ାଜଳା ଦୂର ହୋଇଥାଏ ।
    - କ୍ଷୀର, ଦହି, ଲହୁଣୀ ଆଦି ଯେକୌଣସି ପଦାର୍ଥକୁ ହାତରେ କିଛି ସମୟ ଲଗାଇ ରଖିବା ପରେ ଲଙ୍କାଜନିତ ପୋଡାଜଳା ଦୂର ହୋଇଯାଏ ।

    - ଲଙ୍କା ବାଜି ହାତ ପୋଡୁଥିଲେ ସେହି ସ୍ଥାନରେ ଆପଣ ଲେମ୍ବୁରସ ଲଗାନ୍ତୁ । କିଛି ସମୟ ପରେ ଆରାମ ଲାଗିବ ।

    - ହାତରେ କିଛି ସମୟ ପର୍ଯ୍ୟନ୍ତ ବରଫ ଖଣ୍ଡକୁ ଘଷିଲେ ପୋଡ଼ାଜଳାରୁ ଅନେକାଂଶରେ ମୁକ୍ତି ମିଳିଥାଏ ।

    - ଲଙ୍କା ଯୋଗୁ ହାତ ପୋଡ଼ାଜଳା ହେଉଥିଲେ ଆଲୋବେରାକୁ ମଧ୍ୟ ବ୍ୟବହାର କରିହେବ । ଆଲୋବେରା ରସକୁ ହାତରେ ଭଲଭାବେ ସବୁଆଡେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ । ଧୀରେ ଧୀରେ ହାତର ପୋଡାଜଳା କମ୍ ହୋଇଯିବ ।

     

    Maximum 500 characters

    ବିଶେଷ View all

    Find Us on Facebook