Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Dec 31, 2024    Views: 3557

    ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ନିଜର ପ୍ରଥମ ଇଂରାଜୀ ନୂଆବର୍ଷକୁ ପାଳନ କରିବେ ନାହିଁ। ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉଭୟ ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ ଆଜି ଏସମ୍ପର୍କରେ ସୂଚନା ଦେଇ କହିଛି ଯେ, ଆସନ୍ତା ଇଂରାଜୀ ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୌଣସି ଉତ୍ସବ ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ସେହିପରି ଅଦିନିଆ ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ଫସଲ ହାନି ହୋଇଛି । ତେଣୁ ଶୁଭେଚ୍ଛୁ ଓ ହିତାକାଂକ୍ଷୀମାନେ ନବବର୍ଷରେ କୌଣସି ପ୍ରକାରର ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନେଇ ନଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ନୂଆବର୍ଷ ପାଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ପାଇଁ ଦେଶରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଏହି ରାଷ୍ଟ୍ରୀୟ ଶୋକକୁ ସମ୍ମାନ ଜଣାଇ ସରକାରୀ ନିୟମ ଅନୁସାରେ କୌଣସି ପ୍ରକାରର ଉତ୍ସବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ନବବର୍ଷରେ ତାଙ୍କ ନିକଟକୁ କୌଣସି ପ୍ରକାରର ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନନେଇ ଆସିବାକୁ ଶ୍ରୀମତୀ ପରିଡ଼ା ଅନୁରୋଧ କରିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook