Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପିଲାଙ୍କ ପାଇଁ ବିପଜ୍ଜନକ ଚିକେନପକ୍ସ

    Share on :
    ajab-Image
    Date: Sep 18, 2023    Views: 3234

    ନୂଆଦିଲ୍ଲୀ : ଚିକେନପକ୍ସ ଏକ ସଂକ୍ରାମକ ରୋଗ , ଯାହା ଭେରିସେଲା – ଜୋଷ୍ଟର ଭାଇରସ କାରଣରୁ ହୋଇଥାଏ। ବୈଜ୍ଞାନିକଙ୍କୁ ଏହି ପ୍ରାଣଘାତୀ ଚିକେନପକ୍ସର ନୂଆ ଭାରିଆଣ୍ଟ ଭାରତରେ ମିଳିଛି। ଚିକେନପକ୍ସର ଏହି ଭାରିଆଣ୍ଟକୁ କ୍ଲେଡ-୯ କୁହାଯାଉଛି। ଭେରିସେଲା ଜୋଷ୍ଟର ଭାଇରସ ମାଧ୍ୟମରେ ବ୍ୟାପି ଥିବା ଏହି ରୋଗ ଭାରତରୁ ପ୍ରଥମେ ଆମେରିକା, ବ୍ରେଟେନ ଓ ଜର୍ମାନୀ ଭଳି ଦେଶରେ ବ୍ୟାପି ସାରିଛି।

    ଚିକେନପକ୍ସର ନୂଆ ଭାରିଆଣ୍ଟର ମାମଲା ଦାନା ( ବମ୍ପସ), ଜ୍ୱର, ଭୋକ ନଲାଗିବା, ମୁଣ୍ଡବ୍ୟଥା, କ୍ଲାନ୍ତ ଲାଗିବା ,ସ୍ୱାସ୍ଥ୍ୟ ଖରାପ ହେବା ଭାରତରେ ମିଳିବା ପରେ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ଚିକେନପକ୍ସଙ୍କର ଭାଇରସ କାଶିବା ଓ ଛିଙ୍କିବା ଦ୍ୱାରା ମଧ୍ୟ ବ୍ୟାପି ଥାଏ। ଏଥିରେ ଲୋକେ ସଂକ୍ରମିତ ରୋଗୀଙ୍କ ସଂପର୍କରେ ଆସି ବି ଏହି ଭାଇରସର ଶିକାର ହୋଇପାରନ୍ତି। 

    ରିପୋର୍ଟ ଅନୁସାରେ ଚିକେନପକ୍ସର ଦାନା ଭାଇରସ ସଂପର୍କରେ ଆସିବାର ୨-୩ ସପ୍ତାହ ପରେ ଦେଖା ଦେଇଥାଏ। ହେଲେ ଏହା ପୂର୍ବରୁ ଜ୍ୱର , ଶରୀରରେ ଯନ୍ତ୍ରଣ ଓ ମୁଣ୍ଡବ୍ୟଥା ହେବା ଆରମ୍ଭ ହୋଇ ଯାଏ। ଶରୀର ସାରା ଦାନ ଉଠିବାକୁ ଲାଗେ। ଦାନା ବାହାରିବାର ୧-୨ ଦିନ ପରେ ଜ୍ୱର ଠିକ୍‌ ହୋଇଯାଏ।  

    ଏଥିରେ ସଂକ୍ରମିତ ବ୍ୟକ୍ତି ଭଲ ହାଇଜିନ ଓ ନିୟମିତ ରୂପେ ସମସ୍ତେ ହାତ ଧୋଇବା ଆବଶ୍ୟକ। ସଂକ୍ରମିତ ବ୍ୟକ୍ତି ପରିବାରର ଅନ୍ୟ ମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କାଶ ଓ ଛିଙ୍କ ହେଲେ ମୁହଁକୁ ଭଲ ଭାବେ ଢାଙ୍କି ରଖନ୍ତୁ । ନିୟମିତ ଭାବେ ସାବୁନ ଓ ପାଣିରେ ହାତ ଧୁଅନ୍ତୁ । ଚିକନପକ୍ସ ସଂକ୍ରମିତ ବ୍ୟକ୍ତି ଅଲଗା ପୋଷାକ ଓ ବାସନ ବ୍ୟବହାର କରନ୍ତୁ । ଦୃଢ଼ ଇମ୍ୟୁନି ସିଷ୍ଟମ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିପାରେ । 

    Maximum 500 characters

    ବିଶେଷ View all

    Find Us on Facebook