Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ

    Share on :
    ajab-Image
    Date: Apr 9, 2025    Views: 7922

    ମୁଲାନପୁର : ପ୍ରିୟାଂଶ ଆର୍ୟ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ କରିଛି। ପଞ୍ଜାବ ଦ୍ୱାରା ପ୍ରଦତ୍ତ ୨୨୦ ରନର ଟାଗେର୍ଟ ଆଗରେ ସିଏସ୍‌କେ ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା। ଏହା ପଞ୍ଜାବର ତୃତୀୟ ବିଜୟ ହୋଇଥିବା ବେଳେ ଚେନ୍ନାଇର ଏହା କ୍ରମାଗତ ଚତୁର୍ଥ ପରାଜୟ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପାଇଁ ଆରମ୍ଭରୁ ଗୋଟିଏ ପକ୍ଷରେ ଓପନର ପ୍ରିୟାଂଶ ଆଟାକିଂ ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପଟେ କ୍ରମାଗତ ଉଇକେଟ ପତନ ଜାରି ରହିଥିଲା। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୧୯ ରନ କରିଥିଲା।

    ସିଏସକେ ପକ୍ଷରୁ ଖଲିଲ ଅହମ୍ମଦ ଓ ରବିଚନ୍ଦ୍ରନ ଅଶ୍ୱିନ ଦୁଇଟି ଲେଖାଏ ଉଇକେଟ ନେଇଥିତ୍ଲେ। ଜବାବରେ ସିଏସ୍‌କେକୁ ଡେଭନ କନଓ୍ବେ ଓ ରାଚିନ ରବୀନ୍ଦ୍ରଙ୍କ ଓପନିଂ ଯୋଡ଼ି ୬୧ ରନର ଆରମ୍ଭ ଦେଇଥିଲା। ଶେଷ ଆଡ଼କୁ ମହେନ୍ଦ୍ର ସିଂ ଧୋନୀ ୧୩ ବଲରେ ୧ ଚୌକା ଓ ୩ ଛକା ସହିତ ୨୭ ରନ କରିଥିଲେ। ହେଲେ ତାହା ଯଥେଷ୍ଟ ହୋଇ ନ ଥିଲା। ଚେନ୍ନାଇ ୨୦ ଓଭରରେ ୫ ଉଇକେଟ ହରାଇ ୨୦୧ ରନ କରିପାରିଥିଲା। ପଞ୍ଜାବ ପାଇଁ ଲୋକି ଫର୍ଗୁସନ ଦୁଇ ଉଇକେଟ ନେଇଥିବା ବେଳେ ଗ୍ଲେନ ମ୍ୟାକ୍ସଓ୍ବେଲ ଗୋଟିଏ ଉଇକେଟ ହାତେଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook