Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ଧୋନି ହେବେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ, ଜାଣନ୍ତୁ କାହିଁକି

    Share on :
    ajab-Image
    Date: May 1, 2022    Views: 5404

    ଚେନ୍ନାଇ: ଚାଲିଛି ଆଇପିଏଲ ମହାକୁମ୍ଭ । ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି ରବୀନ୍ଦ୍ର ଜାଡେଜା । ଏଥିସହ ଚଳିତ ସିଜିନର ବାକି ମ୍ୟାଚ ଗୁଡିକରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳିବ ଦଳ । ଆଇପିଏଲ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ଜାଡେଜାଙ୍କୁ ଚେନ୍ନାଇର ଅଧିନାୟକ ଘୋଷଣା କରିଥିଲେ । ହେଲେ ସିଜିନରେ ଜାଡେଜା ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଚେନ୍ନାଇ ବାରମ୍ବାର ମ୍ୟାଚ୍ ହାରିବା ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି ।

    ଜାଡେଜା ମଧ୍ୟ ନିଜ ବୋଲିଂ କିମ୍ବା ବ୍ୟାଟିଂରେ ଆଦୌ ଆଶାଜନକ ପ୍ରଦର୍ଶନ କରିପାରି ନାହାନ୍ତି । ଏହି ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେ ଆଜି ଚେନ୍ନାଇର ଅଧିନାୟକ ପଦ ଛାଡି ଦେଇଛନ୍ତି । ଏଥିସହ ଧୋନିଙ୍କୁ ପୁଣି ଥରେ କ୍ୟାପ୍ଟେନ୍ସି ପଦ ସମ୍ଭାଳିବାକୁ ଅନୁରୋଧ କରିଛନ୍ତି । ଧୋନି ବି ସମସ୍ତଙ୍କ ମତକୁ ସମ୍ମାନ ଜଣାଇ ଆଇପିଏଲ ଅଧାରୁ କ୍ୟାପ୍ଟେନ୍ସି କରିବେ ବୋଲି ରାଜି ହୋଇଛନ୍ତି । ଏ ସମ୍ପର୍କରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଚେନ୍ନାଇ ଏଯାଏ ୮ଟି ମ୍ୟାଚ ଖଳିଥିବା ବେଳେ ମାତ୍ର ୨ଟିରେ ଜିତିଛି ଓ ୬ଟିରେ ହାରିଛି ।

    ତେଣୁ ଦଳକୁ ଏପରି ଏକ ବିପର୍ଯ୍ୟୟ ସ୍ଥିତିରୁ ଧୋନି କେମିତି ବାହାର କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର । ସିଏସକେ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଜାଡେଜା ନିଜ ଖେଳ ଉପରେ ଫୋକସ କରିବା ପାଇଁ ଅଧିନାୟକ ପଦ ପୁଣିଥରେ ଏମଏସ୍ ଧୋନିଙ୍କୁ ହସ୍ତାନ୍ତର କରିଛନ୍ତି । ଜାଡେଜା ନିଜେ ଧୋନିଙ୍କୁ ଅଧିନାୟକ ପଦ ପୁଣି ସମ୍ଭାଳିବାକୁ ଅନୁରୋଧ କରିଥିଲେ । ଧୋନି ମଧ୍ୟ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କ୍ୟାପ୍ଟେନ୍ସି ମଧ୍ୟ ସମ୍ଭାଳିବାକୁ ରାଜି ହୋଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook