ମୁଖ୍ୟ ଖବର
ଦୁବାଇ: ପ୍ରଥମ ଦଳ ଭାବେ ଚଳିତ ଆଇପିଏଲରେ ଫାଇନାଲରେ ପହଞ୍ଚିଛି ଚେନ୍ନାଇ ସୁପର କିଙ୍ଗିସ୍ । ରବିବାର ଖେଳାଯାଇଥିବା ରୋଚକ କ୍ୱଲିଫାୟେର-୧ ମୁକାବିଲାରେ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କଲା ଚେନ୍ନାଇ । ରବିବାର ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ୱିକେଟରେ ହରାଇ ଚେନ୍ନାଇ ପରାସ୍ତ କରିଛି ।
ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ଓଭରରେ ୫ୱିକେଟ ହରାଇ ୧୭୨ ରନ କରିଥିବା ବେଳେ, ଏହାକୁ ପିଛା କରି ଚେନ୍ନାଇର ରବିନ୍ ଓ ଋତୁରାଜ ଅର୍ଦ୍ଧଶତକ ମାରିଥିଲେ । ପରେ ୬ଟି ବଲରୁ ମହେନ୍ଦ୍ର ସିଂ ଧୋନିଙ୍କ ବିସ୍ଫୋରକ ଅପରାଜିତ ୧୮ରନ ବଳରେ ୨ଟି ବଲ୍ ବାକି ଥାଇ ୬ ୱିକେଟ ହରାଇ ୧୯.୪ ଓଭରରେ ଚେନ୍ନାଇ ସୁପର କିଙ୍ଗସ ଏହି ମ୍ୟାଚକୁ ଜିତି ନେଇଛି ।
ଏହାକୁ ଲଗାଇ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲର ମୋଟ ୧୪ଟି ସିଜିନରୁ ୯ଟି ସିଜିନରେ ଫାଇନାଲକୁ ପ୍ରବେଶ କରିବାର ରେର୍କଡ ହାସଲ କରିଛି । ସେହିପରି ଆଜି ସଂଧ୍ୟାରେ ଏଲିମିନେଟର ମ୍ୟାଚରେ ଆରସିବି ଏବଂ କେକେଆର ମଧ୍ୟରେ ମୁକାବିଲା ହେବ ।
Comments ସମସ୍ତ ମତାମତ