Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆଜି ଓଡିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର

    Share on :
    ajab-Image
    Date: Nov 19, 2021    Views: 4094

    ଭୁବନେଶ୍ବର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ତେବେ କଂଗ୍ରେସ  ସାଙ୍ଗଠନିକ କାର୍ୟ୍ୟକ୍ରମକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ।

    ଆଜି ଚେଲ୍ଲା କୁମାର ଭୁବନେଶ୍ୱରରେ ପହଞ୍ଚିବେ । ୨୦ ତାରିଖ ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀରେ IG Parkରେ ଶ୍ରଦ୍ଧାସୁମନ ଅର୍ପଣ କରିବେ । ପରେ କଂଗ୍ରେସ ଭବନରେ ଆୟୋଜିତ ସେବା ଦଳ ପ୍ରସ୍ତୁତି ବୈଠକରେ ଯୋଗ ଦେବେ । କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର କେସରେ ପ୍ରାଣ ହରାଇଥିବା କୁଳମଣି ବରାଳ ପରିବାର ଲୋକଙ୍କୁ ଭେଟିବେ। ସେଠାରୁ ବାଙ୍କୀ ଯିବାର କାର୍ୟ୍ୟକ୍ରମ ରହିଛି । ମା’ ଚର୍ଚ୍ଚିକାଙ୍କୁ ଦର୍ଶନ କରିବାର କାର୍ୟ୍ୟକ୍ରମ ସାରିବା ପରେ ସେଠାରୁ ବାଲେଶ୍ୱର ଅଭିମୁଖେ ଯାତ୍ରା କରିବେ । ସଂଧ୍ୟାରେ ବାଲେଶ୍ୱରରେ ରାତ୍ରୀଯାପନ କରିବେ ।୨୧ ତାରିଖରେ ସକାଳ ସମୟରେ ବାଲେଶ୍ୱରରେ ସାଙ୍ଗଠନିକ କାର୍ୟ୍ୟକ୍ରମରେ ଯୋଗ ଦେବା ପରେ ବାଲିଆପାଳ ଯାଇ ସେଠାରେ ଜନସାଧାରଣଙ୍କ ସହ ବୈଠକ କରିବେ । ପରେ ଭୁବନେଶ୍ୱରରେ ଆସି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ୟ୍ୟକାରିଣୀରେ ଯୋଗ ଦେଇ ସଂଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଥିବା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା ମିଳିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook