Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଡ଼ ଧରଣର ପରିବର୍ତ୍ତନ: ଏକାଥରକେ ବଦଳିଲେ ୩୧ ଅଫିସର

    Share on :
    ajab-Image
    Date: Aug 4, 2022    Views: 4216

    ଭୁବନେଶ୍ୱର: କମିଶନରେଟ ପୋଲିସର ACP ଓ  IIC ସ୍ତରରେ ବଡ଼ ଧରଣର ପରିବର୍ତ୍ତନ । ଏକାଥରକେ ବଦଳିଲେ ୩୧ ଅଫିସର। ଶୁଭନାରାୟଣ ମୁଦୁଲି ହେଲେ ଭୁବନେଶ୍ବର ଜୋନ-୫ ଏସିପି। ସିପି ହେଡକ୍ୱାର୍ଟରକୁ ଗଲେ ପରେଶ ଚନ୍ଦ୍ର ରାଉତ। ସେହିଭଳି ACP ଜୋନ-୧ କଟକକୁ ବଦଳି ହେଲେ ଅରୁଣ ସ୍ୱାଇଁ। ଏସିପି ଆୟୁସିଏଡବ୍ଲୁ କଟକ ଗଲେ ଅଭିତାଭ ମହାପାତ୍ର। ସୋସିଆଲ କ୍ରାଇମ ସିପି ହେଡ କ୍ୱାର୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ବଦଳି କରାଯାଇଛି।

    ସେହିଭଳି ଭୁବନେଶ୍ବର କ୍ୟାପିଟାଲ ଥାନାର IIC ହୋଇଛନ୍ତି ପଦ୍ମନାଭ ପ୍ରଧାନ । ଖଣ୍ଡଗିରି ଥାନା IIC ହେଲେ ଦୟାନିଧି ନାୟକ । ତୃପ୍ତିରଞ୍ଜନ ନାୟକଙ୍କୁ ବଡ଼ଗଡ଼ ଥାନା IIC ଦାୟିତ୍ବ, ବିଶ୍ୱରଞ୍ଜନ ନାୟକଙ୍କୁ ନନ୍ଦନକାନନ ଥାନା IIC ଦାୟିତ୍ବ ଦିଆଯାଇଥିବା ବେଳେ ସୌମ୍ୟକାନ୍ତ ବଳିଆରସିଂଙ୍କୁ ଜଟଣୀ IIC, ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଚନ୍ଦ୍ରଶେଖରପୁର ଥାନା IIC ଭାବେ ବଦଳି କରାଯାଇଛି । ସେହିଭଳି ରଜନୀକାନ୍ତ ମିଶ୍ରଙ୍କୁ ଖାରବେଳ ନଗର ଥାନା IIC, ବିଜୟ କୁମାର ବାରିକ୍ ଇନଫୋ ଭ୍ୟାଲି ଥାନା IIC, ସୂର୍ୟ୍ୟାଂଶୁ ଶେଖର ପାଢ଼ୀଙ୍କୁ ବାଦାମବାଡ଼ି ଆଇଆଇସି ଭାବେ ନିଯୁକ୍ତ କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook