Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚର୍ଚ୍ଚା : ବିଜେଡିରେ ସାମିଲ ହୋଇପାରନ୍ତି ଚନ୍ଦ୍ରଶେଖର

    Share on :
    ajab-Image
    Date: Sep 15, 2021    Views: 5160

    ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କୋରାପୁଟ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । ଖୁବଶୀଘ୍ର ଚନ୍ଦ୍ରଶେଖର ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୋରାପୁଟ କୋଟପାଡ ବିଧାନସଭା ଆସନରେ ୨୦୧୪ରୁ ୨୦୧୯ ପର୍ୟ୍ୟନ୍ତ ବିଧାୟକ ନିର୍ବାଚିତ ହୋଇଥିଲେ ଚନ୍ଦ୍ରଶେଖର ମାଝୀ । ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ପଦ୍ମିନୀ ଦିଆନଙ୍କଠାରୁ ପରାସ୍ତ ହୋଇଥିଲେ ଚନ୍ଦ୍ର ଶେଖର ।

    ଚନ୍ଦ୍ରଶେଖରଙ୍କ ଭାଇ ବାସୁଦେବ ମାଝୀ କୋଟପାଡ ବିଧାନସଭା ନିର୍ବାଚନମଣ୍ଡଳୀରୁ ୮ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ଚନ୍ଦ୍ରଶେଖରଙ୍କ ଇସ୍ତଫା ପରେ କୋଟପାଡରେ ଭୁଶୁଡିଛି କଂଗ୍ରେସ ଗଡ । ୧୫ରେ ନବୀନ ନିବାସରେ ଶତାଧିକ ସମର୍ଥକଙ୍କ ସହ ଚନ୍ଦ୍ରଶେଖର ବିଜେଡିରେ ଯୋଗ ଦେବେ ବୋଲି କୁହାଯାଉଛି ।

    Maximum 500 characters

    ରାଜନୀତି View all

    Find Us on Facebook